କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଲେଇପଦା ଟୋଲଗେଟ୍ ନିକଟରେ ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ l କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା ଟୋଲଗେଟ୍ ନିକଟରେ ଆଜି ଏକ ଚଳନ୍ତା ବାଇକରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଗାଡ଼ିରେ ନିଆଁ ଲାଗିଯିବାରୁ ଚାଳକ ବାଇକରୁ ଡେଇଁ ନିଜକୁ ବଞ୍ଚାଇଥିବା ବେଳେ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ରହିଛି।