କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ଆଜି ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା ଘଟିଛି ଏକ ବାଇକ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଛିଟିକି ପଡିବା ହେତୁ ବାଇକ ଚାଳକ ମୃତ୍ୟୁ ହୋଇଥିବା ଜଣା ପଡିଛି | ଏପରି ଘଟଣା ଘଟିଛି ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ଝଗଡା ନାଳ ନିକଟରେ | କରଞ୍ଜିଆ ସହରରୁ ଖିଚିଂ ଯାଇଥିବା ପୁର୍ତ୍ତ ବିଭାଗର ମୁଖ୍ୟ ରାସ୍ତାର ଝଗଡ଼ାନାଳ ନିକଟରେ ଆଜି ସକାଳ ୧୧ ଘଟିକା ସମୟରେ ଏକ ବାଇକ୍(ଓଡ଼ି ୦୯ ଏଏ ୬୨୦୮) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା କରଞ୍ଜିଆ ଥାନା ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ କରଞ୍ଜିଆ ଗଡସାହି ନିବସୀ ୩୨ ବର୍ଷୀୟ ବାଇକ୍ ଚାଳକ ହରେକୃଷ୍ଣ କପଣ୍ଡିଆ ଝଗଡ଼ାନାଳ ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଛିଟିକି ପଡ଼ିଥିଲେ ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ସମେତ ସେ ୭୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ । ଏ ବିଷୟରେ କରଞ୍ଜିଆ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠେଇଥିଲେ |ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ପୋଲିସ ଗାଡି ଟିକୁ ଜବତ କରି ଥାନାକୁ ଆଣିଛି । ଅନ୍ୟପଟେ ମୃତଦେହକୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।