ପ୍ରଦୀପ ପାଣିଗ୍ରାହୀ ଭୁଲିଗଲେ ଶାଳୀନତା 

0
Oplus_131072

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଦିଗପହଣ୍ଡି ପ୍ରଚାର ମୈଦାନରୁ ପ୍ରଦୀପଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ପ୍ରାଥୀ ବିପ୍ଳବ ପାତ୍ର। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ବିକାଶର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କିଭଳି କଟାକ୍ଷ କରିଲେ ପ୍ରଦୀପ?ଯେଉ ନେତା ନବୀନ ଙ୍କ ଆଶ୍ରିବାଦ ରେ 3 ଥର ବିଧାୟକ ରାଜ୍ୟରେ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାର ସଭାପତିତ୍ୱ ନେଇଥିଲେ ସେ କିଭଳି ନବୀନଙ୍କୁ କଟାକ୍ଷ କରିପାରିଲେ। ଯାହା କି ପ୍ରଦୀପ ପାଣିଗ୍ରାହୀଙ୍କ ଅଶାଳୀନତାର ପରିଚୟ ଦେଉଛି। ମୁଖ୍ୟମନ୍ତ୍ରୀ ପ୍ରଦିପ ପାଣିଗ୍ରାହୀଙ୍କୁ ନେତା କରିଛନ୍ତି ତାଙ୍କ ପ୍ରତି ସେ ଅଶାଳୀନ ବ୍ୟବହାର କିଭଳି କରିପାରିଲେ ପ୍ରଦୀପ ପାଣିଗ୍ରାହୀ। ଦିଗପହଣ୍ଡି ମଞ୍ଚରୁ ପ୍ରଥମ ଥର ପାଇଁ ବିଜେଡି ବିଧାୟକ ପ୍ରାଥୀ ବିପ୍ଳବ ପାତ୍ର ପ୍ରଦୀପଙ୍କ ବିରୋଧରେ କଟାକ୍ଷର ରଣ ହୁଙ୍କାର ଦେଇଛନ୍ତି।

କେବଳ କଟାକ୍ଷ ନୁହଁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଶପଥକୁ ମଧ୍ୟ ଦୋହରାଇଛନ୍ତି ବିପ୍ଳବପାତ୍ର। ମଞ୍ଚ ଉପରୁ ଦିଗପହଣ୍ଡିବାସୀଙ୍କୁ ଶପଥର ସହ କହିଛନ୍ତି ଯେତିକି ଭୋଟ ଦିଗପହଣ୍ଡି ବିଧାୟକ ପାଇବ ତା ଠାରୁ 50% ଅଧିକ ଭୋଟ ବ୍ରହ୍ମହପୁର ଏମପି ପ୍ରାଥୀ ଭୁଗୁବକ୍ସିପତ୍ରଙ୍କ ଖାତାକୁ ଆସିବ। ବିଜେଡି ଇତିହାସ କହୁଛି ବ୍ରହ୍ମହପୁର ବିଜେଡି ଏମପି ପ୍ରାଥୀ ବିଜୟ ପଛରେ ଦିଗପହଣ୍ଡି ଭୋଟରଙ୍କ ବଡ ଭୂମିକା ରହିଥାଏ। ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଆସୁଥିବା 7ଟି ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ ଦିଗପହଣ୍ଡିରୁ ସର୍ବାଧିକ ଭୋଟ ପାଇଥାନ୍ତି। ଏହି କ୍ରମରେ ଚଳିତ ନିର୍ବାଚରେ ପୁଣି ସମାନ ଇତିହାସ ଦୋହରାଇବା ପାଇଁ ଦିଗପହଣ୍ଡି ବାସୀଙ୍କୁ ଶପଥ କରାଇଛନ୍ତି ବିପ୍ଳବ ପାତ୍ର।

 

ତେବେ ଦିଗପହଣ୍ଡିରେ ଆୟୋଜିତ ବିଜେଡି ର ଏହି ସଭାରେ ଉପସ୍ଥିତ ଥିବା ବିଜେଡି ପ୍ରାଥୀ ବିପ୍ଳବ ପାତ୍ର, ପାଣ୍ଡିଆନ ଓ ଭୃଗୁବକ୍ସିପାତ୍ରଙ୍କ ପ୍ରଦୀପଙ୍କୁ ଟାର୍ଗେଟ କରିବା ପରେ ସରଗରମ ହୋଇଛି ଗଞ୍ଜାମ ରାଜନୀତି । ତେବେ ଅନ୍ୟପଟେ ପାଣ୍ଡିଆନ ଗୋଟିଏ ଦିନରେ ଗଞ୍ଜାମର ବେଗୁନିଆପଡା, ଦିଗପହଣ୍ଡି, ଛତ୍ରପୁରରେ ପ୍ରଚାର କରିଛନ୍ତି । ତା ପରେ କୋରାପୁଟ ଜୟପୁର ନିର୍ବାଚନ ମଣ୍ଡଳୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

LEAVE A REPLY

Please enter your comment!
Please enter your name here