ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏବେ ଚାଲିଥିବା ଜନ୍ମ ନିୟନ୍ତ୍ରଣ ଆଗକୁ ଭୟଙ୍କର ହେବ । ଶାସ୍ତ ହେଉ କି ଜନସଂଖ୍ୟା ବିଜ୍ଞାନ ସବୁ ଦୃଷ୍ଟିରୁ ଏହା ବିପଦଜନକ ହେବାକୁ ଯାଉଛି । ଜନ୍ମ ନିୟନ୍ତ୍ରଣ ଦ୍ୱାରା ମାନବ ସମାଜ ନିଶ୍ଚିହ୍ନ ହୋଇଯିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ମହାରାଷ୍ଟ୍ରର ନାଗପୁର ଠାରେ ଏକ ଜନସଭାରେ ଭାଗବତ କହିଲେ, ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଆମେ ଏତେ ଅନ୍ଧ ହୋଇଗଲେଣି ଯେ, ଆମର ଜନସଂଖ୍ୟା କମିଲାଣି । ଜନସଂଖ୍ୟା ବିଜ୍ଞାନ ମତରେ ଆମେ ଆମ ହାତରେ ଆମ ସମାଜର ତଣ୍ଟି ଚିପି ଦେଉଛେ । ଏଥିରୁ ବଞ୍ଚିବା ପାଇଁ ଆମକୁ ୨ ରୁ ୩ ବା ତାହାଠୁ ଅଧିକ ପିଲା ଜନ୍ମ କରିବା ଆବଶ୍ୟକ ହେଲାଣି ।
ଏବେ ସିଙ୍ଗଲ ଚାଇଲ୍ଡ ଭାବଧାରାକୁ ନେଇ ମୋହନ କହିଲେ, ଦେଶର ଜନସଂଖ୍ୟା ଦୃତ ଗତିରେ ଖସୁଛି । ଜନସଂଖ୍ୟା ବୃଦ୍ଧିର ହାର ୨.୧ ତଳକୁ ରହିବା କଥା ନୁହେଁ । ଏହା ହେଲେ ସମାଜରୁ ମାନବ ଜାତି ଲୋପ ପାଇଯିବ । ଏକଥା ଶାସ୍ତ୍ର ବି କହୁଛି ଓ ଜନସଂଖ୍ୟା ବିଜ୍ଞାନ ବି ଦର୍ଶାଉଛି । ଭାରତର ଜନସଂଖ୍ୟା ବୃଦ୍ଧି ଏବେ ୦.୮କୁ ଖସି ଆସିଲାଣି । ସିଙ୍ଗଲ ଚାଇଲ୍ଡ ଭାବଧାରାରେ ଜନସଂଖ୍ୟାକୁ ଚାପି ଦିଆଗଲାଣି ।
ସ୍ୱାଧୀନତା ପରର ସ୍ଥିତିକୁ ନଜର ପକାଇବା । ୧୯୫୧ରେ ଜନସଂଖ୍ୟା ବୃଦ୍ଧି ହାର ଥିଲଶ ୧.୩ ପ୍ରତିଶତ । ୧୯୬୧ରେ ଏହା ୨ପ୍ରତିଶତରେ ପହଞ୍ଚିଥିଲା । ୧୯୭୧ ରୁ ୯୧ ମଧ୍ୟରେ ଏହି ହାର ଥିଲା ୨.୨ପ୍ରତିଶତ । ଯାହା ସୁସ୍ଥକର ଥିଲା । ମାତ୍ର ଏହାପରେ ଛୋଟ ପରିବାର ସୁଖି ପରିବାର ସ୍ଲୋଗାନ ସବୁ କିଛି ବିଗାଡ଼ି ଦେଇଛି । ୨୦୧୧ରେ ଜନସଂଖ୍ୟା ବୃଦ୍ଧି ହାର ଭାରତରେ ୧.୬ପ୍ରତିଶତକୁ ଖସି ଆସିଲା । ୨୦୧୮ରେ ଏହା ୧.୦୯ ପ୍ରତିଶତ, ୨୦୧୯ରେ ୧.୦୩ ପ୍ରତିଶତ, ୨୦୨୦ରେ ୦.୯୬ପ୍ରତିଶତ, ୨୦୨୧ରେ ୦.୮ପ୍ରତିଶତ, ୨୦୨୨ରେ ସବୁଠୁ କମ ୦.୬୮ପ୍ରତିଶତ ବୃଦ୍ଧି ହୋଇଥିଲା । ବୁଦ୍ଧିଜୀବୀ ମାନଙ୍କ ଉଦବେଗ ପରେ ଏବେ ଜନସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି । ୨୦୨୩ରେ ବୃଦ୍ଧି ହାର ୦.୮କୁ ବଢ଼ିଛି । ଏହା ଅତି ନଗଣ୍ୟ । ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବା କଥା ଅଭିବୃଦ୍ଧି ହାର ୨.୧ ଉପରେ ରହିବା କଥା ବୋଲି ମୋହନ ଭାଗବତ କହିଥିଲେ । ଜନସଂଖ୍ୟା ହ୍ରାସ ଆଗକୁ ମାନବସମ୍ବଳରେ ବଡ଼ ଅସନ୍ତୁଳନ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ଜନସଂଖ୍ୟା ହ୍ରାସ ନେଇ ଭାଗବତ ଉଦବେଗ ପ୍ରକାଶ କରିବା ସହ ସମାଜର ସୁରକ୍ଷା ପାଇଁ ଏଦିଗରେ ସମସ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ ।