ବିପ୍ଲବୀ ପରିକ୍ରମା ବ୍ୟୁରୋ :- -ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ଓ ବିଜେପି । କଟକ ଯୋବ୍ରା ଆଇ ଲଭ୍ କଟକ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ଏହି ବିବାହ ଉତ୍ସବ । କଟକ-ଚୌଦ୍ଵାର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ୍ ନେତା ଜିନେଶ ଦାସଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି ବିବାହ କାର୍ଯ୍ୟକ୍ରମ । ଉଭୟ ବର ଏବଂ କନ୍ୟା ପକ୍ଷ ଚୌଦ୍ଵାର ନିର୍ବାଚନ ମଣ୍ଡଳୀର । ବର ବିଜେପି ପକ୍ଷରୁ ଶତାଧିକ ବରଯାତ୍ରୀ ବାଜା, ରୋଷଣୀ ସହ ପହଞ୍ଚିଥିଲେ ଯୋବ୍ରା ଆଇ ଲଭ୍ କଟକ ଠାରେ ଅନୁଷ୍ଠିତ ହୋଇଥିବା ବିବାହ ବେଦୀରେ । ସେହିପରି ବିଜେଡ଼ି କନ୍ୟା ସାଜିଥିବା ବେଳେ ଏହାର କର୍ତ୍ତା ସାଜିଛନ୍ତି କଂଗ୍ରେସ୍ ନେତା ଜିନେଶ ଦାସ । ପୂର୍ବରୁ କଂଗ୍ରେସ୍ ପ୍ରଭାରୀ ଓ ପ୍ରଦେଶ କଂଗ୍ରେସ ସଭାପତି ଏହି ବିବାହ କାର୍ଯ୍ୟ କରିଥିବା ବେଳେ ଆଜି କଟକର ବିଜେଡ଼ି, ବିଜେପି ବିବାହ ନିଶ୍ଚୟ ପ୍ରଭାବ ପକାଇବ ବୋଲି କହିଛନ୍ତି ଜିନେସ୍ ଦାସ ।