ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-: ଗଜପତି ଜିଲ୍ଲା ବିଜେଡ଼ି ସଭାପତି ଭାବରେ ପ୍ରଦୀପ ନୟକଙ୍କ ନାମ ଘୋଷଣା କରିଛି ଦଳ | ପୂର୍ବରୁ ସେ ଦୁଇ ଦୁଇ ଥର ଏହି ଦ୍ଵାଇତ୍ଵ ତୁଲାଇ ଥିବା ବେଳେ ତାଙ୍କ ଉପରେ ପୁଣି ଥରେ ଭରସା କରିଛି ଦଳ । ତାଙ୍କ ନାମ ଘୋଷଣା ହେବା ପରେ ଦଳିୟ ମହଲରେ ସ୍ବାଗତ କରିବା ସହ ଜିଲ୍ଲା ରେ ଦଳିୟ ସଂଗଠନ ଆଗକୁ ଆହୁରି ସଦୃଢ ହେବ ବୋଲି ଆଶା କରିଛନ୍ତି। ତାଙ୍କ ଉପରେ ଭରସା କରି ଘଡି ସନ୍ଧି ମୁହୁର୍ତ୍ତରେ ଦାୟିତ୍ଵ ଦେଇଥିବାରୁ ସେ ଦଳର ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ଅତୁନୁ ସବ୍ୟସାଚୀ ନାୟକ ,ଭୃଗୁ ବକ୍ସିପାତ୍ର, କେ ସୁରିୟା ରାଓ ଓ ସହଯୋଗ କରିଥିବା ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ତାହା ତାଙ୍କ ପାଇଁ ଏକ ଚାଲେଞ୍ଜ ହେବ ଏବଂ ତୃଣମୂଳ ସ୍ତରରେ ସଂଗଠନ ସଦୃଢ କରିବା ପାଇଁ ସଭିଙ୍କୁ ସାଥିରେ ନେଇ କାର୍ଯ୍ୟ କରିବି ବୋଲି କହିଛନ୍ତି ପ୍ରଦୀପ କୁମାର ନାୟକ| ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସର୍ବଦା ସ୍ବର ଉତ୍ତୋଳନ କରିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ପ୍ରଦୀପ ।