ଭାଙ୍ଗିଲା ଗଞ୍ଜାମର ବିଜେଡି ଗଡ 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ବିଜେଡିର ଦୁର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯାଇଛି। ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ଅପ୍ରତ୍ୟାଶିତ ଝଟକା ଲାଗିଛି। କେବଳ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ପାରମ୍ପରିକ ଆସନ ହିଞ୍ଜିଳିକୁ ନିଜ ପାଖରେ ରଖିବାକୁ ବିଜେଡି ସକ୍ଷମ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ମୋଟ ୧୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସକୁ ଗୋଟିଏ ଓ ବାକି ୧୨ଟିରେ ବିଜେଡି ବାଜିମାତ୍ କରିଥିଲା।

ତେବେ କେବଳ ଗଞ୍ଜାମ ନୁହେଁ, ବିଜେଡିର ଦୁର୍ଗ ଭାବେ ପରିଚିତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ବିଜେପି ନିଜର କମାଲ ଦେଖାଇ ପ୍ରାୟ ୪୦ ପ୍ରତିଶତ ଆସନ ପୋଛି ନେଇଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆସନକୁ କଂଗ୍ରେସ ପୁଣିଥରେ ନିଜ ପାଖରେ ରଖିଛି । ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ୧୦୬୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ପରାଜିତ କରିଛନ୍ତି । ସେହିପରି ହିଞ୍ଜିଳିରେ ବିେଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାତ୍ର ୪ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ବିଜୟୀ ହେବାର ସମ୍ଭାବନା ରହିଛି ।

ତେବେ ବ୍ରହ୍ମପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କେ.ଅନୀଲ କୁମାର, ପୋଲସରାରେ ବିଜେପିର ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗରରେ ବିଜେପିର ପ୍ରତାପ ଚନ୍ଦ୍ର ନାୟକ , ଖଲ୍ଲିକୋଟରେ ବିଜେପିର ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ଆସିକାରେ ସରୋଜ କୁମାର ପାଢ଼ୀ, ସୋରଡ଼ାରେ ବିଜେପିର ନୀଳମଣି ବିଶୋୟୀ, ଗୋପାଳପୁରରେ ବିଭୂତିଭୂଷଣ ଜେନା, ଭଞ୍ଜନଗରରେ ପ୍ରଦ୍ୟୁମ୍ନ କୁମାର ନାୟକ, ଦିଗପହଣ୍ଡିରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଚିକିଟିରେ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜୟୀ ହୋଇଛନ୍ତି ।

ଏହି ସମସ୍ତ ୧୧ଟି ଆସନ ବିଜେଡି ପାଖରେ ରହିଥିଲା ।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନଙ୍କ ନିଜ ଆସନ ହିଞ୍ଜିଳିରେ ମଧ୍ୟ ତାଙ୍କୁ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର କଡ଼ା ଟକ୍କର ଦେଉଛନ୍ତି । ନବୀନ ମାତ୍ର ୪ହଜାର ଭୋଟ୍ ବ୍ୟବଧାନରେ ତାଙ୍କୁ ବିଜୟୀ ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here