ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବିଜୁ ଜନତା ଦଳ, ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଚୟନ ହୋଇଥିବା ନୂତନ ସାତ ଜଣ ପଦାଧିକାରୀ ମାନଙ୍କୁ ଗଜପତି ନଗର ସ୍ଥିତ ବ୍ରହ୍ମପୁର ବିଧାୟକଙ୍କ ବାସ ଭବନ ନିକଟରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶଶୀଭୁଷଣ ମହାନ୍ତି ଓ ରଞ୍ଜନ ପୋଲାଈ ଙ୍କୁ ରାଜ୍ୟ ସମ୍ପାଦକ,ଦିଲେଶ୍ଵର ରେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଧର୍ମରାଜ ରେଡି ଉପସଭାପତି ହୋଇଥିବା ବେଳେ ଦିଲୀପ ପାତ୍ର, ରାମହରି ପାତ୍ର ଓ ଦଣ୍ଡପାଣି ନାୟକଙ୍କୁ ସାଧାରଣ ସମ୍ପାଦକ ରୂପେ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି।
ଏହି ସମ୍ବର୍ଦ୍ଧିତ କାର୍ଯ୍ୟ କ୍ରମରେ ଗୋପାଳପୁର ଲୋକସଭା ବିଧାନସଭା ପ୍ରାଥୀ ବିକ୍ରମ ପଣ୍ଡା,ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ମହାନଗର ନିଗମର ବହୁ ବିଜେଡି କୋର୍ପରେଟର ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।