ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ‘ଜେଏମଏଫସି’ କୋର୍ଟ ଦ୍ବାରା ମୋଟ ୫ଟି ଠକେଇ ମାମଲାରେ ନିର୍ଦ୍ଦୋଷ ସାବ୍ଯସ୍ତ ହୋଇଛନ୍ତି ପ୍ରଦୀପ । ବ୍ରହ୍ମପୁର ଓ ଗୋପାଳପୁରରେ ପ୍ରଦୀପଙ୍କ ସମର୍ଥକମାନେ ସେଲିବ୍ରେସନ କରୁଥିବା ବେଳେ ରାଜଧାନୀରେ ପ୍ରେସମିଟ୍ କରି ଏପରି ଢଙ୍ଗରେ ଭୀଷଣ ବର୍ଷିଛନ୍ତି ପ୍ରଦୀପ । ବିଜେଡି, ନବୀନ, ପାଣ୍ଡିଆନ ଓ ପୂର୍ବ ସରକାରର ହାତବାରିସୀ ସାଜିଥିବା କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସିଧାସଳଖ ଏହି କାର୍ଯ୍ଯାନୁଷ୍ଠାନ ଷଡଯନ୍ତ୍ର ସହ ଯୋଡିଛନ୍ତି ପ୍ରଦୀପ ।
ସେ କହିଛନ୍ତି, ଯିଏ ତାଙ୍କୁ ଦଳରୁ ବାହାର କରିଥିଲେ, ଓଡ଼ିଶାବାସୀ ସେମାନଙ୍କୁ ରାଜ୍ୟରୁ ବିଦା କରିଦେଲେ। ତାଙ୍କ ବିରୋଧରେ ବିଜେଡି କେମିତି ପ୍ରତିହିଂସା ରାଜନୀତି କରିଥିଲା ତାହା ବଖାଣିବା ସହ ଆଗକୁ ବିଜେଡିର ପାଞ୍ଜି ଖୋଲିବେ ବୋଲି କହିଛନ୍ତି ପ୍ରଦୀପ। ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା । ଟାର୍ଗେଟରେ ନବୀନ, ପାଣ୍ଡିଆନ, ପ୍ରଣବ। ପ୍ରଦୀପ ସଫା ସଫା କହିଛନ୍ତି, ନବୀନ ବାବୁ ଓଡ଼ିଶାକୁ ଲୁଟ୍ ପାଇଁ କାର୍ତ୍ତିକଙ୍କୁ ଠିକା ଦେଇ ଦେଲେ ।ତତକାଳୀନ ବିଜେଡି ସରକାରରେ CMOକୁ କରପସନ୍, କମିଶନ ଏବଂ କଲେକ୍ସନର ହବ୍ କରାଯାଇଥିଲା ବୋଲି ଅଭିଯୋଗ ଆଣିବା ସହ ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ । କହିଛନ୍ତି, ଯିଏ ମତେ ବାହାର କରିଥିଲେ ସେମାନଙ୍କୁ ଓଡ଼ିଶା ବାସୀ ବାହାର କରିଦେଲେ। ଲେଖା ଛିଡେଇଦେଲେ।ଜନ ବିରୋଧୀର ଟ୍ୟାଗ ଲଗାଇ ଦଳରୁ ବିତାଡିତ କରିବା, ଜେଲରେ ଥିବା ବେଳେ ହଇରାଣ କରାଯିବା ଏବଂ ପରିବାର ସାମନା କରିଥିବା ଅକୁହା ସମସ୍ୟା ବେଶ୍ ବାଧିଛି ପ୍ରଦୀପଙ୍କୁ। କହିଛନ୍ତି, ବିଜେଡି କରିଛି ପ୍ରତିହିଂସା ରାଜନୀତି। ଆଜିବି ଦଳରେ ଅନେକ ନେତା ତକିଆ ତଳେ କାନ୍ଦୁଥିବା କହିଛନ୍ତି ପ୍ରଦୀପ।
ତେବେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗଞ୍ଜାମରେ ରହିଥିବା ୫ଟି ଯାକ ମାମଲାରେ ସେ ବୁଧବାର ଦୋଷମୁକ୍ତ ହୋଇଛନ୍ତି। ପ୍ରଦୀପଙ୍କୁ କୋର୍ଟ ସମସ୍ତ ମାମଲାରେ ଦୋଷମୁକ୍ତ କରିବା ପରେ ବିଜେପି ମହଲରେ ଉତ୍ସାହ ଖେଳିଯାଇଛି l