ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ଅପମାନିତ କରିବା ପ୍ରତିବାଦରେ ବିଜେଡିର ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ କରିଛି ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଦିଆଯିବ ଜବାବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମଦିନକୁ ନେଇ ବିଜେପି ସରକାରଙ୍କ ଆଭିମୁଖ୍ଯକୁ କାଠଗଡ଼ାରେ ଠିଆ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ତିନି ଦଶନ୍ଧିର ଏହି ସମାରୋହକୁ ବନ୍ଦ କରିବା ଆଳରେ ବିଜୁ ଲିଗାସିକୁ କାଟିବାକୁ ରାଜ୍ୟ ସରକାର ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ତାହା ବିରୋଧରେ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେ ମଧ୍ୟ ଦେଖା ଦେଇଛି ଏହି ଗର୍ଜନ , ଆଜି ଦିବା ୧୨ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ଏନ ଏ ସି କଲ୍ୟାଣୀ ମଣ୍ଡପ ଠାରୁ ସରକାରଙ୍କ ବିରୋଧ ରେ ବିଭିନ୍ନ ପ୍ରତିବାଦର ନାରା ଦେଇ ଏକ ସଭାଯାତ୍ରା ବାହାରି କଚେରି ଛକୋ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ । କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ବିଜେଡି ।

ଏହି ସମୟରେ ପୂର୍ବତନ ବିଧାୟିକା ତଥା ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଏନ୍ଏସି ଅଧ୍ୟକ୍ଷା ପପି ପୃଷ୍ଟି,ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି ,ଯୁବ ସଂଗଠକ ରୋହିତ ପୃଷ୍ଟି,ମହେଶ୍ୱର ନାଏକ,ବିନୋଦ ସାହୁ, ଜିଲ୍ଲାପରିଷଦ ବୃନ୍ଦ, ୱାର୍ଡ କାଉନସିଲର ବୃନ୍ଦ,ମହିଳା,ଯୁବ,ଛାତ୍ର ନେତା ଓ କର୍ମୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ସରକାର ଏହାର କୌଣସି ସମାଧାନ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀମତି ହେମ୍ବ୍ରମ୍ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here