ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ। ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।