ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନଭେମ୍ବରରୁ ସାରା ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରିୟ ସମନ୍ୱୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ନବୀନ ଆଲୋଚନା ସମୟରେ କହିଛନ୍ତି ଯେ ଓଡ଼ିଶାବାସୀ ଆମକୁ ୨୪ବର୍ଷ ଧରି ନିରନ୍ତର ଭାବେ ଆଶୀର୍ବାଦ ଦେଇଛନ୍ତି।
ସେଥିପାଇଁ ଆମେ ସମେସ୍ତ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଆଗକୁ ଏହି କଠିନ ପରିଶ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହାସହ ନବୀନ କହିଛନ୍ତି ଯେ ଆସନ୍ତା ନଭେମ୍ବରରୁ ସେ ସାରା ରାଜ୍ୟ ଗସ୍ତ କରି ଦଳର କର୍ମୀ ଓ ତୃଣମୂଳସ୍ତରର ନେତାଙ୍କୁ ଭେଟିବେ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।ଏହା ସହିତ ଦଳର ଛାତ୍ର, ଯୁବ ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍କ୍ଟୋବର ଦୁଇ ତାରିଖରୁ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ନିକଟରେ ବିଜେଡି ସଭାପତି ସଂଗଠନ ସ୍ଥରରେ ଅନେକ ପରିବର୍ତ୍ତନ କରିଥିବା ବେଳେ, ଏକ 15 ଜଣିଆ ଟିମ ଗଠନ କରିଛନ୍ତି ଯାହାର ଅଧକ୍ଷ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ କରାଯାଇଛି l