(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବ୍ରହ୍ମପୁର ରିଙ୍ଗ ରୋଡ ପାଇଁ ୧୫୬ କୋଟି ୫୬ ଲକ୍ଷ ଓ ଋଷିକୂଲ୍ୟା ନଦୀ ଉପରେ ଜାନିବିଲି ବ୍ୟାରେଜ ସ୍ଥାପନ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଗତକାଲି ରାଜ୍ୟ କ୍ୟାବିନେଟରେ ମଞ୍ଜୁର ହୋଇଛି । ଏହି ଦୁଇଟି ବୃହତ୍ତ ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲ୍ଲା ପାଇଁ ମଞ୍ଜୁର କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରବାସୀ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ତଥ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡା । ଏହି ରିଙ୍ଗ ରୋଡରେ ୧୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାମ ହେବ । ଏହି ପ୍ରକଳ୍ପ ହେବା ଦ୍ବାରା ସହରରେ ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ ହେବା ସହ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିବ । ସେହିପରି ଋଷିକୂଲ୍ୟା ନଦୀ ଉପରେ ଜାନିବିଲି ବ୍ୟାରେଜ ସ୍ଥାପନ ଯୋଗୁଁ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ପ୍ରତିଦିନ ଯୋଗାଣ ହୋଇପାରିବ । ଯାହାଫଳରେ ସହରରେ ପାନୀୟ ଜଳ ସମସ୍ୟା ଆଉ ରହିବ ନାହିଁ । ଏହାହହ ଜିଲ୍ଲାବାସୀ ତାଙ୍କର ୫୨.୬୭୫ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇପାରିବେ । ୩୨ ହେକ୍ଟର ଅଞ୍ଚଳରେ ମାଛ ଚାଷର ସୁବିଧା ସହ ଭୂତଳ ଜଳର ପୁନଃବରଣ ଓ ପରିବେଶ ସନ୍ତୁଳନ ରକ୍ଷା ହୋଇପାରିବ । ଏଭଳି ଦୁଇଟି ପ୍ରକଳ୍ପ ବ୍ରହ୍ମପୁର ତଥା ଜିଲ୍ଲା ପାଇଁ ଭେଟି ଦେଇଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଜିଲ୍ଲା ବିଜେଡ଼ି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହାର ପ୍ରତି ଜବାବ ରେ ବିଜେପି ପ୍ରତିକ୍ରିୟା ରଖି କହିଛି କି କେନ୍ଦ୍ର ସରକାରଙ୍କ ଏହି ସମସ୍ତ ଯୋଜନା କୁ ଏମାନେ ବିଫଳ କରି ନିଜ ସରକାରଙ୍କ ହୋଡ଼ିଂ ଲଗାଇ ନାଆଁ କମାଉଛନ୍ତି । ତଥାପି ବ୍ରହ୍ମପୁର ସହରରେ ଆଜି ଯାଏ ରାସ୍ତା ଖଣ୍ଡିଏ ମଧ୍ୟ ଏଯାବତ ସଠିକ ଭାବେ ହୋଇ ପାରିଲାନାହି । ଯଦି ଲୋକଙ୍କ ଲାଗି କିଛି କରିବାର ଇଚ୍ଛା ଥାଏ ତେବେ ଆଗୁଆ ନ କରି କେବଳ ଇଲେକ୍ସନ ସମୟ ଆସିଲେ ଭୋଟ ହାତେଇବା ପାଇଁ ଏଭଳି ବିଭିନ୍ନ ଭୁଆଁ ବୁଲାଉଛି ବିଜେଡ଼ି ସରକାର ।