ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସୁଛି ନିର୍ବାଚନ ପର୍ବ, ଜମିଲାଣି ହାଇ ଭୋଲଟେଜ୍ ପ୍ରଚାର। କରଞ୍ଜିଆ ର୍ନିବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ ନିଜ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଜେଡ଼ିର ଆରମ୍ଭ ହୋଇଗଲାଣି କସରତ । ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ପାଇଁ ଧୀରେ ଧୀରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ କରଞ୍ଜିଆ ବ୍ଳକର ୨ଟି ପଞ୍ଚାୟତର ଶତାକ ସମର୍ଥକଙ୍କୁ ନେଇ ନିର୍ବାଚନୀ ପ୍ରଚାର କରିଛନ୍ତି। କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଶହଶହ କରଞ୍ଜିଆ ଅଞ୍ଚଳର ଶୁଭେଚ୍ଛା ମାନଙ୍କ ସହିତ କରଞ୍ଜିଆ ବ୍ଲକର ସରୁବାଡି, ସିମିଗାଁ, ରସମତଳା, ମଣ୍ଡୁଆ, କାଦଢ଼ିହା, କୁଳିପଶିର ହାଇ ଭୋଲଟେଜ୍ ପ୍ରଚାର କରିଛନ୍ତି ବାସନ୍ତୀ ହେମ୍ବ୍ରମ |
ତେବେ ବିଜେପି,କଂଗ୍ରେସ, ସ୍ୱାଧୀନ ପ୍ରାର୍ଥୀ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଥିବା ବେଳେ ଆଜି ବିଜେଡିର ମାରାଥନ୍ ପ୍ରଚାର ଦେଖି ଏବେ ବିରୋଧୀ ଶିବିରରେ ଭାଳେଣୀ ପଡ଼ିଯାଇଛି। ଆଗାମୀ ନୀର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିବା ସହିତ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ପାଇଁ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ତେବେ ଉକ୍ତ ପ୍ରଚାରରେ ବାସନ୍ତୀ ହେମ୍ବ୍ରମଙ୍କ ସହିତ କରଞ୍ଜିଆ ବ୍ଲକର ଆଗ ଧାଡ଼ିର ନେତାଙ୍କ ସହିତ ଶତାଧିକ ପୁରୁଷ, ଯୁବକ, କର୍ମୀ ଉପସ୍ଥିତ ରହି ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମଙ୍କୁ ପୁଷ୍ପ ଗୁଚ୍ଛ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ।