ବ୍ରହ୍ମପୁର ରେ ବିଜେପିର ନାଗରିକ ସମ୍ବର୍ଦ୍ଧନା ସମାବେଶ
ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦୀର୍ଘ ବର୍ଷ ଧରି ବିଜେଡିର ଗଡ଼ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାରେ ବିଜେପି କ୍ଲିନ୍ ସୁଇପ୍ କରିବା ପରେ ସମସ୍ତ ନିର୍ବାଚିତ ସାଂସଦ, ବିଧାୟକଙ୍କୁ ବ୍ରହ୍ମପୁରଠାରେ ନାଗରିକ ସମ୍ବର୍ଜନା ସମାବେଶ ମାଧ୍ୟମରେ ସମ୍ବନ୍ଧିତ କରାଯାଇଛି । ସମ୍ବର୍ଶନା ପୂର୍ବରୁ ଆମ୍ବପୁଆ ବିବେକ ବିହାରଠାରୁ ସମସ୍ତ ସାଂସଦ ଓ ବିଧାୟକ ଖୋଲା ଜିପ୍ରେ ସହର ପରିକ୍ରମା କରିବା ପରେ ହିଲ୍ପାଟଣା ସାଂସ୍କୃତି ଭବନରେ ପହଞ୍ଚି ଥିଲେ | ଶତାଧୂକ ନେତା ଓ କର୍ମୀ ଏକ ବିରାଟ ମୋଟର ସାଇକେଲ୍ ରାଲିରେ ସହର ପରିକ୍ରମା କରିବା ପରେ ନାଗରିକ ସମ୍ବର୍ଦ୍ଧନା ସମାବେଶ ଆୟୋଜିତ ହୋଇଥିଲା ।ବ୍ରହ୍ମପୁର ସାଂସଦ ଡି ପ୍ରଦୀପ କୁମାର ପାଣିଗ୍ରାହୀ ଓ ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ଗୋପାଳପୁର ବିଧାୟକ ତଥା ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଶିଳ୍ପ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଦିଗପହଣ୍ଡି ବିଧାୟକ ଡା.ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ନାୟକ, ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ, ଜିଲ୍ଲା ବିଜେପି ସଭାପତି ଡ ସୁବାଷ ସାହୁ, ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ବନମାଳୀ ସେଠୀ, ସରୋଜ ସାବତ, ସୁନୀଲ ସାହୁ, ରଜେଶ ସାହୁ, ପ୍ରଭାକର ପଣ୍ଡାଙ୍କ ସମେତ ଜିଲ୍ଲାର ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।