ପ୍ରଶିକ୍ଷଣ ନେଉଛନ୍ତି ବିଜେପି ନେତା : ପୁରୀରେ ଚାଲିଛି ପ୍ରଶିକ୍ଷଣ ଶିବିର

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁରୀରେ ଚାଲିଥିବା ବିଜେପିର ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଦ୍ବିତୀୟ ଦିନ,ବିଧାୟକ ଓ ସାଂସଦମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ବରିଷ୍ଠ ନେତାମାନେ ସାଂସଦ ଓ ବିଧାୟକଙ୍କ କ୍ଲାସ ନେବେ । ଆଜି ୪ଟି ସେସନ୍‌ରେ କ୍ଲାସ ନିଆଯିବ । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ସମନ୍ଵୟ, ସାଙ୍ଗଠନିକ ସରଞ୍ଚନା , କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ଵୟ ଆଦି ବିଷୟରେ ଅଧିକ ଜାଣିବେ ନେତା ।

ନୂଆ କରି ରାଜନୀତିରେ ସୋପାନ ଚଢୁଥିବା ଯୁବ ବିଧାୟକ, ସାଂସଦଙ୍କ ପାଇଁ ଆହୁରି ଗୁରୁତ୍ବପୂର୍ଣ୍ଣ ରହିବ ଏହି ସେସନ୍ । ପ୍ରଶିକ୍ଷଣ ମଝିରେ ଫୁରସତ ସମୟରେ ଶାରୀରିକ କାର୍ଯ୍ୟକଳାପ ବା ଖେଳ ପାଇଁ ସମୟ ଦିଆଯାଉଛି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୋହନ ମାଝୀ । ଓଡ଼ିଆ ନବବର୍ଷ ପାଇଁ କ୍ୟାଲେଣ୍ଡରର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ପ୍ରଥମ ଦିନରେ ଆୟୋଜିତ ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।

ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ,ଦଳର ଯୋଜନାଗୁଡ଼ିକ ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚାଅ,ଯୋଜନା ସମ୍ପର୍କରେ ଗ୍ରାଉଣ୍ଡକୁ ଯାଇ ତଦାରଖ କର, ସରକାର ସହ ସଂଗଠନକୁ ନେଇକି ଚାଲ,ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର,ସରକାର ସହ ସୁସମ୍ପର୍କ ରକ୍ଷା କରି ସଂଗଠନକୁ ମଜଭୁତ କର,ଗାଁ ଓ ବୁଥକୁ ଯାଇ ସମୟ ଅତିବାହିତ କର,ଗ୍ରାଉଣ୍ଡକୁ ଯାଅ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅଧଘଣ୍ଟା ବସ,ଦଳିତ ପରିବାର ପାଖକୁ ଯାଅ, ସେମାନଙ୍କ ସମସ୍ୟା ସମାଧାନ କର…ଆଦି ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା l

ତେବେ ଲିଜର ଟାଇମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି,କ୍ଲାସ ଓ ଟାସ୍କ ପରେ ଫୁରସତରେ ନିଜେ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନିଜ ନିଜର ର କଳା ପଦର୍ଶନ କରିଥିଲେ । ପ୍ରଶିକ୍ଷଣ ବର୍ଗର ଆଲୋଚନା ଭିତରେ ଫୁରସତ ସମୟରେ ଓଡ଼ିଆ ସଂସ୍କୃତିର ନାଚ ଉପଭୋଗ କରିଥିଲେ ମନ୍ତ୍ରୀ, ବିଧାୟକ ।

LEAVE A REPLY

Please enter your comment!
Please enter your name here