ଭଞ୍ଜନଗରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡି ବିଜେପିରେ ମିଶିଲେ ଭଞ୍ଜନଗର ବ୍ଲକ ଅଧକ୍ଷ ନରିସଭା ନାୟକ, ବଡ଼କୋଦଣ୍ଡା ସମିତି ସଭ୍ୟ ମନୋଜ ପୃଷ୍ଟି,ବରୁଡ଼ା ସମିତିସଭ୍ୟ ବନିତା ସେଠି, କୁଲାଡ଼ ସରପଞ୍ଚ ପି. ରେଣୁକା ପାତ୍ର, ପୂର୍ବତନ କୁଲାଡ଼ ସରପଞ୍ଚ ପି. ରାମହରୀ ପାତ୍ର ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ରେ ଭଞ୍ଜନଗର ବିଜୁ ଜନତା ଦଳ କୁ ଝଟକା।ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଭଞ୍ଜନଗର ବ୍ଲକ ଅଧକ୍ଷ ନରିସଭା ନାଇକ ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି।

ସ୍ଥାନୀୟ ଫରେଷ୍ଟ ବଙ୍ଗଳା ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ କୁଲାଡ଼, ବାରୁଡ଼ା, ବଡ କୋଦଣ୍ଡା ତିନି ପଞ୍ଚାୟତର ସମିତିସଭ୍ୟ ସଭ୍ୟା ବିଜେପି ରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here