ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର :ଜେପି ନଡ୍ଡା

0
Oplus_131072

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):-  ଶାହାଙ୍କ ପରେ ଓଡିଶାରେ ପ୍ରଚାର କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆମ୍ବପୁଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଛନ୍ତି । ସେ ‘ଜୟ ଜଗନ୍ନାଥ’ରୁ ଆରମ୍ଭ କରିଛନ୍ତି ଉଦବୋଧନ । ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ଆଶୀର୍ବାଦ ଲୋଡିଛନ୍ତି ନଡ୍ଡା । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କର ଥିବା ଅବଦାନକୁ ସେ ସ୍ମରଣ କରିଛନ୍ତି। ଏହାସହ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ନିକଟରେ ଯାଇଥିବାବେଳେ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନଡ୍ଡା । ସେ କହିଛନ୍ତି, “ଏହା ଏକ ନିର୍ବାଚନୀ ସଭା । ଏହି ସଭାରେ ମୁଁ ଯେଉଁ ଉତ୍ସାହ, ଆନନ୍ଦ ଦେଖୁଛି ଓ ତାଳିର ଶବ୍ଦ ଶୁଣୁଛି ସେଥିପାଇଁ ମୋତେ ଆଶ୍ବସ୍ତି ଅନୁଭବ ହେଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆପଣମାନେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସମସ୍ତ ୫ ବିଧାୟକ ପ୍ରାର୍ଥୀଙ୍କୁ ଆପଣମାନେ ନିର୍ବାଚନ ଜିତାଇବାର ମନ ବଳାଇସାରିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।”

 

କେନ୍ଦ୍ରର ମୋଦି ସରକାର କରୁଥିବା ବିକାଶ ସମ୍ପର୍କରେ ବଖାଣିଛନ୍ତି ନଡ୍ଡା । ସେ କହିଛନ୍ତି, “ମୋଦି ସରକାର ଯେଉଁ ବିକାଶ ଦିଲ୍ଲୀରେ କରିଛନ୍ତି ତାହାକୁ ସଠିକ ଭାବେ ରୂପାନ୍ତର କରିବାକୁ ଏଠାରେ ମଧ୍ୟ ପଦ୍ମ ଫୁଟାଇବାକୁ ପଡ଼ିବ । ଆଉ ଭାରତୀୟ ଜନତା ପାର୍ଟିର ସରକାର ଆଣିବାକୁ ପଡ଼ିବ । ମୋଦି ରାଜନୀତିର ସଂଜ୍ଞା ବଦଳାଇଛନ୍ତି । ଆଜି ପୁରା ଦୁନିଆ କହୁଛି ଯେ, ଭାରତ ବଦଳି ଯାଇଛି । ବିକଶିତ ଭାରତର ସଂକଳ୍ପ ନେଇ ଆମେ ଆଗକୁ ବଢିଚାଲିଛୁ । ମହାମାରୀ କୋରୋନାର ପ୍ରଭାବ ଓ ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୀତି ଭୁଶୁଡି ପଡିଛି । ହେଲେ ମୋଦିଙ୍କ ନେତୃତ୍ବରରେ ଯଦି କାହାକୁ ଚମକ ଦେଖାଯାଉଛି ତାହା ହେଉଛି କେବଳ ଭାରତ ଅର୍ଥନୀତି । ଅର୍ଥ ବ୍ୟବସ୍ଥାରେ ଭାରତ ୫ ନମ୍ବର ସ୍ଥାନରେ ପହଞ୍ଚିପାରିଛି । “

LEAVE A REPLY

Please enter your comment!
Please enter your name here