ଆସିକାରେ ବିଜେପିର ସାମ୍ବାଦିକ ସମ୍ମିଳନୀ

0
Oplus_131072

ଆସିକା ( ବିପ୍ଲବୀ ପରିକ୍ରମା ):-:ବିଜେପିର ଆସିକା ସଂସଦୀୟ କ୍ଷେତ୍ର ଆସିକା ପାର୍ଟି କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ ସାମ୍ବାଦିକ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇଥିଲେ ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ୱାଇଁ।ଏଥିରେ ପ୍ରାର୍ଥୀ ଅନିତା ସୁଭଦର୍ଶନୀ , ରାଜ୍ୟ ପ୍ରବକ୍ତା ଲକ୍ଷଣ ପଣ୍ଡା,ବ୍ରହ୍ମପୁର ଯୋନ ମିଡିଆ ସଂଯୋଜକ ସୁନୀଲ ସାହୁ ପ୍ରମୂଖ ସାମ୍ବାଦିକ ସମ୍ମିଳନୀ ଯୋଗ ଦେଇ ବିଜେଡି ସରକାର ଙ୍କ ବିଫଳତା ପ୍ରକାଶ କରିଥିଲେ।

 

ଆସ୍କା ଅଞ୍ଚଳର ମୁଖ୍ୟ ସମସ୍ୟା

୧. ରୋଜଗାର ପନ୍ଥା ଉପଲବ୍ଧ ନ ଥିବାରୁ ମୋ ଅଞ୍ଚଳର ଭାଇମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି । ମୋ ଦଳ ଶାସନ କ୍ଷମତାକୁ ଆସିଲେ, ଏଇଠି ସେମାନଙ୍କ ପାଇଁ ସୃଷ୍ଟି ହେବ ରୋଜଗାରର ପନ୍ଥା, ସେମାନଙ୍କୁ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।

୨. ଡାକ୍ତରଖାନାରେ ରହିଛି ଡାକ୍ତରଙ୍କ ଅଭାବ ସାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ଲୋକଙ୍କ ପାଇଁ ସାସ୍ଥ୍ୟସେବା ସୁଲଭ ହେବ ।

୩. ଶିକ୍ଷା କ୍ଷେତ୍ରରେ ଏଠି ରହିଛି ଘୋର ଅସୁବିଧା । ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ଶିକ୍ଷାର ଉନ୍ନତିଓ ପ୍ରସାର ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ।

୪. ଏହି ଅଞ୍ଚଳରେ ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ଚାଷୀମାନଙ୍କର ମାତ୍ରାଧିକ କ୍ଷତି ହେଉଛି ।ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ଏଠାରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ, ଯାହା ଦ୍ବାରା ସ୍ଥାନୀୟ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ ।

୫. ଏହି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ନିକଟ ଅତୀତରେ ଶତାଧିକ ରାଜନୈତିକ ହତ୍ୟା ହୋଇସାରିଛି । ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯିବ ।

୬. ମହିଳାମାନେ ଏଠି ଅସୁରକ୍ଷିତା I ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ସେମାନଙ୍କ ସୁରକ୍ଷାକୁ ଅଗ୍ରଧିକାର ଦିଆଯିବା ସହ ମହିଳା ସଶକ୍ତିକରଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କାରାଯିବ ।

୭. ଶିଳ୍ପ କ୍ଷେତ୍ରରେ ବହୁତ ପଛରେ ରହିଛି ଆପ୍ସା । ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ଉଭୟ ଆସ୍କା ଚିନିକଳ ଓ ସୂତାକଳର ହେବ ପୁନରୁଦ୍ଧାର, ଯାହା ଶହ ଶହ ଲୋକଙ୍କୁ ଯୋଗାଇବ ରୋଜଗାର ।

୮. ବିଶୁଦ୍ଧ ପାନୀୟ ଜଳ ଏଠାରେ ଏକ ବଡ଼ ସମସ୍ୟା । ସ୍ଥାନୀୟ ଲୋକେ ଉତ୍କଟ ଜଳ ସଂକଟର ସମ୍ମୁଖୀନ ହେଉଛନ୍ତି । ମୋ’ ଦଳ ଶାସନ କ୍ଷମତାକୁ ଆସିଲେ, ଏହି ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।

 

LEAVE A REPLY

Please enter your comment!
Please enter your name here