ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଅର୍ଥାତ ୨୨ ରେ ବାରିପଦା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମୋଦୀଙ୍କ ସଂକଳ୍ପ ଯାତ୍ରା ର କରିବେ ପ୍ରଚାର ପ୍ରାସାର।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାରିପଦା ଗସ୍ତ କୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ୨୦୧୯ ସାଧାରଣ ନିର୍ବାଚନ ରେ ୩୭୦ ଆସନ ନେଇ ସରକାର ଗଠନ କରିବା ପରେ ସେହି ଧାରା ରେ ୨୦୨୪ ନିର୍ବାଚନ ରେ ୪୦୦ ରୁ ଅଧିକ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବାର ସଂକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି ।
ସେହି ସଂକଳ୍ପ ଯାତ୍ରା କୁ ସାରା ଦେଶରେ ପ୍ରଚାରପ୍ରସାର କରିବା ଲକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାରିପଦା ଆସୁଛନ୍ତି। ଉତ୍ତର ଓଡିଶାର ୪ଟି ସଂସଦୀୟ କ୍ଷେତ୍ର ରେ ଏହି ସଂକଳ୍ପଯାତ୍ରା କୁ କାର୍ଯ୍ୟକାରୀ କରିବା ଲାଗି ବାରିପଦା ରେ ଅନୁଷ୍ଠିତ ହେବ ଏହି ଦଳୀୟ ସାଧାରଣ ସଭା। ରାଜନାଥ ଙ୍କ ଏହି ଗସ୍ତ କେବଳ ଉତ୍ତର ଓଡିଶା ନୁହେଁ ପୁରା ରାଜ୍ୟ ରେ ବିଜେପି ର ଲୋକପ୍ରିୟତା କୁ କାଏମ ରଖିବ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହା ଯାଇଛି। ସେଥିଲାଗି ମୟୁରଭଞ୍ଜ ଜିଲ୍ଲା ବଜେପି ରେ କର୍ମୀ ମହଲ ରେ ନୂତନ ଉତ୍ସାହ ଦେଖିବାକୁ ମିଳିଛି l