ଦିନିକିଆ ଗସ୍ତରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଦିନିକିଆ ଗସ୍ତରେ ଭାଜପା ରାଜ୍ୟ ସଭାପତି।ମନମୋହନ ସାମଲ ପାରଳାଖେମୁଣ୍ଡି ରେ ପହଞ୍ଚି ଜିଲ୍ଲାରେ ଦଳୀୟ ସ୍ଥିତି କୁ ସମୀକ୍ଷା କରିବା ସହ ଆଗାମୀ ଦିନରେ ଭାଜପା ସରକାର ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଓ ନାରୀ ,ଶିକ୍ଷା,ଗମନାଗମନ ର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସରକାର ଗଠନ ହେବାର କଣ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେହି ତମାମ ତଥ୍ୟକୁ ନେଇ ପାରଳାଖେମୁଣ୍ଡି ସର୍କିଟ ହାଉସ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି।ମୁଖ୍ୟତଃ ନାରୀ ମାନଙ୍କ ପାଇଁ ଆଗକୁ ଲାଗୁ ହେବାକୁ ଥିବା ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଇତ୍ୟାଦିର ମୋହନ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସେ କହିଛନ୍ତି, ଏତଦ୍ବ୍ୟତୀତ ଗ୍ରାମାଞ୍ଚଳ ସ୍ତରରୁ ପରିବହନ, ପରିମଳ ଓ ପାନୀୟ ଜଳର ସୁବିଧା ଯୋଗାଇବା ପାଇଁ ସରକାର ଚଳିତ ବଜେଟରେ ମୁଖ୍ୟତଃ ଧ୍ୟାନ ଦେଇଛନ୍ତି, କୃଷି ଓ କୃଷକଙ୍କ କ୍ଷେତ୍ରରେ ଧାନର ଏମ୍ସପି ମୂଲ୍ୟ ବୃଦ୍ଧି, ସମସ୍ତ ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ପ୍ରତି ଜିଲ୍ଲାରେ ମେଡିକେଲ କଲେଜ ପ୍ରତିଷ୍ଠା ଏବଂ ଗତ ବିଜେଡି ସରକାର ସମୟରେ ୫ଟି ନାମରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରୁ ତଦନ୍ତ କରି ଲୋକଙ୍କ ଅର୍ଥକୁ ଅପବ୍ୟବହାର କରି ଆତ୍ମସାତ କରିଥିବା ବିଭିନ୍ନ ସରକାରୀ ଅଧିକାରୀ ଓ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହାସହ ଗଜପତି ଜିଲ୍ଲା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ କରୁଥିବାରୁ ଏହାର ପୂର୍ବ ସୂଚନା ଲାଗି ଆଇଆଇଟି ଖଡ଼ଗପୁର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ବୈସୟୀକ ଭିତ୍ତିଭୂମି ପ୍ରତିଷ୍ଠା କରାଯିବ ଏହା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here