ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପିର କେନ୍ଦ୍ରୀୟ ନେତୃତ୍ବ ଆଗୁଆ ଏମପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି। ଦଳୀୟ ସୂତ୍ରରୁ ଯାହା ସୂଚନା ରହିଛି ଜାନୁଆରୀ ତୃତୀୟ କିମ୍ବା ଶେଷ ସପ୍ତାହରେ ଓଡ଼ିଶାର ୨୧ ଲୋକସଭା ପାଇଁ ବିଜେପି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆଗୁଆ ପ୍ରାର୍ଥୀ ଦେଇ ବିଜେପି ନିର୍ବାଚନରେ ଯେଉଁ ସଫଳତା ପାଇଲା, ସେଇ ଷ୍ଟ୍ରାଟେଜିକୁ ଓଡ଼ିଶାରେ ପ୍ରୟୋଗ କରିବାକୁ ଚାହୁଁଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ବ। ଓଡ଼ିଶାରେ କିଭଳି ଅଧିକ ଏମପି ସିଟ୍ ଦଖଲ କରିବ ବିଜେପି, ସେଥିପାଇଁ ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ। ସୂଚନା ମିଳୁଛି ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶା ପାଇଁ ଆଗୁଆ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆଗୁଆ ପ୍ରାର୍ଥୀ ଦେଇ ବିଜେପି ଯେଉଁ ସଫଳତା ପାଇଲା, ସେଇ ରଣନୀତି ଓଡ଼ିଶାରେ ଲାଗୁ କରିବାକୁ ଯାଉଛି > ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଜେପିର କେନ୍ଦ୍ରୀୟ ସଂସଦୀୟ ଦଳ ଟିକେଟ୍ ନିଷ୍ପତ୍ତି ନେବେ । ସେପଟେ ବିଜେପିର କେନ୍ଦ୍ରୀୟ ନେତା ଜାନୁଆରୀରୁ ଘନ ଘନ ଓଡ଼ିଶା ଗସ୍ତ କରିବେ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଆସି ଦଳୀୟ ସଭା କରିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମୋଦି, ଶାହ, ନଡ୍ଡାଙ୍କ ଗସ୍ତ ପୂର୍ବରୁ ବିଜେପିର ରଷ୍ଟ୍ରୀୟ ସାଧାରଣ ସଂଗଠନ ସମ୍ପାଦକ ବି. ଏଲ୍ ସନ୍ତୋଷ ଓଡ଼ିଶା ଆସି ରିଆଲିଟି ଚେକ୍ କରିବେ। ସାଧାରଣ ସଂପାଦକମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ସମୀକ୍ଷା କରିବେ। ପରେ ରାଜ୍ୟ ବିଜେପିର କୋର ଟିମ ସହ କରିବେ ରୁଦ୍ଧଦ୍ବାର ବୈଠକ । ରାଜନୀତି ସମୀକ୍ଷକଙ୍କ ମତରେ, ବିଜେପି ଆଗୁଆ ଏମପି ଟିକେଟ ଦେଇ ରାଜ୍ୟବାସୀଙ୍କ ଆଗରେ ଚେହେରା ସାମ୍ନାକୁ ଆଣିବାକୁ ଚାହୁଁଛି । ଏହାଦ୍ବାରା ବିରୋଧୀଙ୍କୁ ଆଗୁଆ ଚେକ୍ ଦେଇହେବ । ୨୦୧୯ରେ ବିଜେପି ୮ଟି ଏମ୍ପି ସିଟ ଜିତିଥିଲା। ଏଥର ବିଜେପିର ଟାର୍ଗେଟରେ ରହିଛି ୨୧ ରୁ ୨୧ ଲୋକସଭା ସିଟ୍ ।