ପୋଲସରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମ ସ୍ଥିତ ଶୈବ ପିଠ ପରିସର ନିକଟରେ ରବିବାର ବିଜେପି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି |ସମାଜସେବୀ ଜଗନ୍ନାଥ ବଢ଼େଇଙ୍କ ନେତୃତ୍ୱ ରେ ମଧୁପଲ୍ଲୀ, ଘୋଡ଼ାପଲାଣ, ବୁଢ଼େଇ ଶୁଣି, ଚିରିକିପଡା ଶାସନ, କଣଛାଇ ଗୋଛାବାଡ଼ି, ଜା ଡେଙ୍ଗା ପଦର, କଳମ୍ବ ଗ୍ରାମପଞ୍ଚାୟତ ରେ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଶତାଧିକ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ |ଏହି ମିଶ୍ରଣ ପର୍ବ ରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜେଡି ଛାଡି ବିଜେପି ରେ ଯୋଗଦେଇ ଥିବା କର୍ମୀମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପକାଇ ସ୍ୱାଗତ କରିଥିଲେ |
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ଆରତୀ ଦେବୀ, ରଘୁନାଥ ପଣ୍ଡା ଦୀପକ ପୋଲାଈ ସମେତ ବିଜେପିର ବହୁ କାର୍ଯ୍ୟକର୍ତା ଓ କର୍ମୀମାନେ ଯୋଗଦେଇଥିଲେ |