ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଚାରି ପର୍ଯ୍ୟାୟରେ ମୋଟ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ଏହାରି ମଧ୍ୟରେ ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ଥର ବିଜେପି ଫୋକସ୍ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୁଆଁଧାର ପ୍ରଚାର ।ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ ହୋଇଛି ବଡ଼ ପ୍ଲାନ୍ । ଆଜି ଓଡ଼ିଶା ସମ୍ବଲପୁର, ଦେବଗଡ଼, ଚଂପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପ୍ରଥମେ ସମ୍ବଲପୁର ଗସ୍ତ କରିବା ସହ ମାଆ ସମଲେଇଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିବୁ ବରୁଆଁଙ୍କ ଜନ୍ମସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଦେବଗଡ଼ରେ ରୋ ସୋରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା ।ପରେ ଚମ୍ପୁଆ, ଚୌଦ୍ୱାର ଓ ବଡ଼ମ୍ବାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ସେହିପରି ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ ମଧ୍ୟ ଆଜି ଓଡ଼ିଶା ଆସିବେ । କେନ୍ଦୁଝର ତେଲକୋଇରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପରେ ଢେଙ୍କାନାଳରେ ଏକ ରୋ ଶୋରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କୁ ବିିଜୟୀ କରାଇବାକୁ ଲୋକଙ୍କୁ ଅପିଲ କରିବେ । ସେହିପରି ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କରଞ୍ଚିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ପ୍ରଚାର କରିବେ ।