ବିପ୍ଲବୀ ପରିକ୍ରମା ଡିଜିଟାଲ :- ନୂଆବର୍ଷ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ଅଛି । ହେଲେ ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଭାରତ ଆକାଶରେ ଏକ ମହାଜାଗତିକ ଦୃଶ୍ୟର ସାକ୍ଷୀ ହେବେ ଦେଶବାସୀ । ଆଜି ଆକାଶରେ ଦିଶିବ ବ୍ଲାକ୍ ମୁନ୍ ବା କଳା ଜହ୍ନ । ଏହାସହ ଅନେକ ଗ୍ରହ ଓ ତାରାପୁଞ୍ଜ ମଧ୍ୟ ଦୃଶ୍ୟମାନ ହେବ । ଆକାଶରେ ବ୍ଲାକ୍ ମୁନ୍ ସେତେବେଳେ ଦିଶେ, ଯେତେବେଳେ ଗୋଟିଏ ମାସରେ ଦୁଇ ଥର ନୂଆ ଜହ୍ନ ବା ଅମାବାସ୍ୟା ପଡ଼ିଥାଏ । ଏହା ବହୁ ବିରଳ ଘଟଣା ହୋଇଥାଏ । ଏପରି ଦୁର୍ଲଭ ଲୁନାର ସାଇକେଲ ବା ଚନ୍ଦ୍ର ଚକ୍ର ସେତେବେଳେ ହୁଏ, ଯେତେବେଳେ ଚନ୍ଦ୍ର ନିଜ କକ୍ଷପଥରେ ଘୂରିବାକୁ ୨୯. ୫ ଦିନ ସମୟ ନେଇଥାଏ । ମାସ ବଡ଼ ହେବା କାରଣରୁ ଗୋଟିଏ ମାସରେ ହିଁ ୨-୨ ଥର ନୂଆ ଜହ୍ନ ଦିଶିଥାଏ ।ଡିସେମ୍ବର ମାସରେ ପ୍ରଥମ ଚନ୍ଦ୍ର ମାସ ଆରମ୍ଭରୁ ଦୃଶ୍ୟମାନ ହୋଇଥିଲା ଓ ଏବେ ଦ୍ବିତୀୟ ଜହ୍ନ ବା ବ୍ଲାକ୍ ମୁନ୍ ଭାରତରେ ୩୧ ଡିସେମ୍ବରରେ ଦୃଶ୍ୟମାନ ହେବ । ବ୍ଲାକ୍ ମୁନ୍କୁ ଖାଲି ଆଗରେ ଦେଖାଯାଇପାରିବ ନାହିଁ , କିନ୍ତୁ ଆକାଶରେ ବ୍ଲାକ୍ ମୁନ୍ ଦିଶିବା ଅର୍ଥ ସେହି ରାତି ଅଧିକ ଅନ୍ଧାରଯୁକ୍ତ ଆକାଶ ରହିବ । ତେବେ ଆକାଶରେ ଅଧିକ ଅନ୍ଧାର ହେବା ଯୋଗୁଁ ଅନ୍ୟ ତାରା ଓ ଗ୍ରହ ଯେପରିକି ଶୁକ୍ର, ବୃହସ୍ପତି ଓ ମଙ୍ଗଳ ଦୃଶ୍ୟମାନ ହେବ ।