ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ପୁଣି ନଜରକୁ ଆସିଲା କଳା ବାଘ |ବନ ବିଭାଗର ଟ୍ରାପ କ୍ୟାମେରାରେ ଏକ କଳାବାଘର ଦୃଶ୍ୟ କଏଦ ହୋଇଛି । ଟୁଇଟରେ ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଟ୍ରାପ କ୍ୟାମେରାରେ କଏଦ କଳା ବାଘର ଫଟୋକୁ ଟ୍ୟାଗ କରି ପିସିସିଏଫ ଲେଖିଛନ୍ତି, ଓଡିଶାରେ ବାଘ ଗଣନା ଚାଲିଥିବା ବେଳେ ଏକ ଉକ୍ରଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଓଡିଶା ଜଙ୍ଗଲରେ କଳା ବାଘ ଥିବା ସ୍ପଷ୍ଟ ହୋଇଛି । ତେବେ କେଉଁ ଜଙ୍ଗଲରେ କଳାବାଘକୁ ଠାବ କରାଯାଇଛି ସେ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି ପିସିସିଏଫ୍ । ଏହା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ କଳା ଦାଗ ଥିବା ମହାବଳ ବାଘ ଦେଖିବାକୁ ମିଳିଥିଲା ।୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ | ପ୍ରଥମେ ଦେଶର ୮ଟି ରାଜ୍ୟ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ ପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା।

 

LEAVE A REPLY

Please enter your comment!
Please enter your name here