ମୋହନାରେ ବ୍ଲକ ସ୍ତରୀୟ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ମୋହନା ଠାରେ ବ୍ଲକ ସ୍ତରୀୟ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ହଳଧର ଶବରଙ୍କ ସଂଯୋଜନରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଥମେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ l ଏହାପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ-ରଞ୍ଜୀବ ଶବର, ଏବିଡିଓ-ରମାକାନ୍ତ ଚୌଧୁରୀ, ବରିଷ୍ଠ ଶିକ୍ଷାବିତ-ମଧୁସୁଦନ ପାଢୀ, ଅଧ୍ୟାପକ- ଡ. ଅନ୍ତର୍ଯ୍ୟାମୀ ଗୌଡ, ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ଆବଶ୍ୟକତା ଓ ଏହି ସମ୍ମିଳନୀର ଉଦେଶ୍ୟ ଉପରେ କହିଥିଲେ l ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଗୀତ ପ୍ରତିଯୋଗିତା ହୋଇଥିଲା l ଏବଂ ବିଜେତା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରଯାଇଛି l

LEAVE A REPLY

Please enter your comment!
Please enter your name here