ବ୍ଲୁ ଅରିଜିନ ରଚିଲା ଇତିହାସ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଇତିହାସ ରଚିଲେ ୬ ମହିଳା । ୧୧ ମିନିଟରେ ମହାକାଶରେ ୨୦୦ କିମି ଯାତ୍ରା କରି ପୃଥିବୀ ପୃଷ୍ଠକୁ ଫେରିଲେ । ମହାକାଶରୁ ଫେରିଲେ ବ୍ଲୁ ଅରିଜିନ ଅଲ ୱିମେନ କ୍ରିଉ । ମହାକାଶରେ ୧୦ ମିନିଟ ୨୧ ସେକେଣ୍ଡ ବିତାଇବା ପରେ ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି ପପ୍ ଗାୟିକା କେଟି ପେରୀ ଓ ଅନ୍ୟମାନେ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ମହାକାଶ ଯାତ୍ରା କରିଥିଲେ । ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ । ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯାଇଥିଲେ । ଏହି ସ୍ୱଳ୍ପକାଳୀନ ମିଶନକୁ ସ୍ପେଶ ଟୁରିଜିମ ନାମରେ ନାମିତ କରାଯାଇଥିଲା । ପୂର୍ବରୁ ୧୯୬୩ରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକାକୀ ମହାକାଶ ଯାତ୍ରା କରିଥିଲେ । ଏହି ମିଶନକୁ ଲିଡ କରିଥିଲେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିଥିଲେ । ବ୍ଲୁ ଅରିଜିନ ରକେଟରେ ମହାକାଶକୁ ୧୧ ମିନିଟ୍ ଯାତ୍ରାର ମୂଲ୍ୟ ହାରାହାରି ୧କୋଟି ୧୫ଲକ୍ଷ ଟଙ୍କା । ବ୍ଲୁ ଓରିଜିନ କହିଛି ଯେ, ଏହା ୬୪ ବର୍ଷରେ ମାନବର ମହାକାଶ ଯାତ୍ରାରେ ପ୍ରଥମ ମହାକାଶ ଉଡାଣ ଥିଲା ଯେଉଁଥିରେ ପ୍ରତ୍ୟେକ ସିଟ୍ ରେ ଜଣେ ମହିଳା ବସିଥିଲେ ।

LEAVE A REPLY

Please enter your comment!
Please enter your name here