ବିପ୍ଲବୀ ପରିକ୍ରମା ଡିଜିଟାଲ:- ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । BMC ଅଫିସ ଭିତରେ ଅସୁସ୍ଥ ହେଲେ ଅତିରିକ୍ତ କମିଶନର । ନିଜ ଚାମ୍ବରରେ ବସିଥିବା ବେଳେ ତଳେ ପଡ଼ିଗଲେ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ରତ୍ନାକର । ୩ ଦିନ ତଳେ ଅଫିସ ଭିତରେ ଆକ୍ରମଣର ଶିକାର ହୋଇଥିଲେ ।ଅନ୍ୟପଟେ OAS ସଂଘ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ୩ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛି । ଏହି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ହାତ ରହିଛି ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଛି ସଂଘ । ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।