ଗୋପାଳପୁର ସମୁଦ୍ରରେ ଓଲଟିଲା ଡ଼ଙ୍ଗା, ଜଣେ ମୃତ ଦୁଇ ଉଦ୍ଧାର

0

ଗୋପାଳପୁର ( ବିପ୍ଲବୀ ପରିକ୍ରମା ):- ଗୋପାଳପୁର ରେ ଆଜି ଭୋର୍ ପ୍ରାୟ ୪ ଟା ବେଳେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ବଡ ଲହଡ଼ା ରେ ଡଙ୍ଗା ଉଲଟି ପଡ଼ିଥିଲା । ଡ଼ଙ୍ଗାରେ ବସିଥିବା ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ମୃତ ଜଣକ ହେଲେ ବି.ବୈରାଗୀ ବୟସ ୬୩ ଜଣାପଡିଛି। ଆଜି ଭୋର୍ ପ୍ରାୟ ସାଢେ଼ ୪ଟା ବେଳେ ବି.ବୈରାଗୀ,ଏମ. ବାଲରlଜୁ ଓ ଏମ.ସିମୁଡୁ ମାଛ ମାରିବାକୁ ଯାଇଥିଲେ । ଏହି ସମୟରେ ଏକ ବଡ ଲହଡ଼ି ରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡଙ୍ଗାରେ ବସିଥିବା ୨ ଜଣ ମତ୍ସ୍ୟଜୀବୀ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ପଡ଼ିଯାଇଥିଲା।ସେ ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡ଼ିକାଲ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here