ନିଜ ଗୁମର ଲୁଚେଇବାକୁ ଯାଇ ଫସିଛନ୍ତି ବବି
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ନିଜ ଗୁମର ଲୁଚେଇବାକୁ ଯାଇ ଫସିଛନ୍ତି ବବି l ଗଣମାଧ୍ୟମ ଆଗରେ ସଫେଇ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି ବିଜେଡି ସମ୍ପାଦକ ବବି l ବବି ଯେଉଁ ଘର ନେଇଥିଲେ ସେଥିରେ ଏତେ ବଡ ଷ୍ଟ୍ରକ୍ଚର ଏକ୍ସଟେନସନ ତିଆରି କରିବା ଅନୁମତି ଥିଲା ତ ?ଏତେ ବଡ ଷ୍୍ରକ୍ଚର ସେ କରୁଥିଲେ କାହିଁକି ? ସରକାରୀ ଘରେ ଏତେ ବଡ ଏକ୍ସଟେନସନ କରିବା ପାଇଁ ପୂର୍ତ୍ତ ବିଭାଗ କି ଜିଏ ଦେଇଥିଲା କି ଅନୁମତି, ଯାହାକୁ ଏବେ ନିଜ ମନ ମର୍ଜୀରେ ଭାଙ୍ଗିଚାଲିଛନ୍ତି….
ବବିଙ୍କ ସଫେଇ ଏକ ନୂଆ ବିବାଦ ଶୃଷ୍ଟି କରିଛି । ବିବାଦଟି ହେଲା , ସେ ଠିକ କଥା କହିଛନ୍ତି , ଯେଉଁଭଳି ଘର ନେଇଛନ୍ତି ସେହିଭଳି ହସ୍ତାନ୍ତର କରିବେ । ସଙ୍ଗଠନ ସମ୍ପାଦକ ବୋଲି ତାଙ୍କୁ ଯଦି ଘର ଦରକାର ଥିଲା ସେ ପ୍ରାଇଭେଟ ଘରେ ନଚେତ ଦଳୀୟ ଘରେ ଏପରି ବିଳାସମୟ କୋଠା କରିପାରିଥାନ୍ତେ । ବିନା ଅନୁମତିରେ ଏତେ ବଡ ଘର କରିବା ପୁଣି ତାକୁ ଭାଙ୍ଗିବା ପଛରେ କଣ ଅଛି ରହସ୍ୟ, ଏକଥା ସେହିଁ ଜାଣିଥିବେ l ତେବେ କିଏ ଏ ଘର ଷ୍ଟ୍ରକ୍ଚର ପାଇଁ ଅର୍ଥ ବିନିଯୋଗ କରିଛି ତାହା ମଧ୍ୟ ତଦନ୍ତ ସାପେକ୍ଷ l
ଏ ସବୁର ଉତ୍ତର ବବିଙ୍କୁ ଦେବାକୁ ପଡିବ । କାରଣ ବବି କହିଛନ୍ତି ମୁଁ ଯେଉଁଭଳି ଘର ନେଇଥିଲି ସେହିଭଳି ଘର ଫେରସ୍ତ କରିବି । ଆଇନ କହୁଛି ଯେ କୌଣସି ସରକାରୀ କ୍ୱର୍ଟରରେ ଇଟା ଖଣ୍ଡେ ଯୋଡିବାକୁ ହେଲେବି ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅନୁମତି ଦରକାର । ଏତେବଡ ଘର ତିଆରି କରିବା ପାଇଁ ବବିଙ୍କୁ କଣ କାହା ଅନୁମତି ଦରକାର ପଡିଲାନି ? ମୁଡ କଟେଜ ତିଆରି ପାଇଁ ଅନୁମତି ମିଳିଥିଲା କି ? ବବି କଣ ନିଜ ମନମାନି କରିବାକୁ ଚାହାଁନ୍ତି କି…ଏଭଳି ମତ ଦେଇ ବବି ଚିନ୍ତା କରନ୍ତୁ ଯେ ସେ କେଉଁ ଭଳି ସ୍ତରର କଥା କହୁଛନ୍ତି lଜଣେ ଅଭିଜ୍ଞ ରାଜନେତା, ବିଜେଡିର ସଙ୍ଗଠନ ସମ୍ପାଦକ ହୋଇ ଏଭଳି ମତଦେଇ ନିଜ ସମେତ ବିଜେଡି ଓ ନବୀନ ବାବୁଙ୍କ ମୁଣ୍ଡ ତଳକୁ କରୁନାହାନ୍ତି ତ…
ସୂଚନା ପ୍ରକାରେ,ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଣବ ପ୍ରକାଶ ଦାସ ଭୟଭୀତ ହୋଇ ଏଭଳି କାମ କରାଉଥିବା ଚର୍ଚ୍ଚା ହେଉଛି। ସେ ନିଜେ ମଧ୍ୟ ସମ୍ବଲପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଥିଲେ।ତେବେ ଦେଖାଯାଉ ଆଗକୁ ଏଘଟଣା କେଉଁ ମୋଡ଼ ନେଉଛି