ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ନଷ୍ଟ ରୁ ଶ୍ରେଷ୍ଠ କ୍ରମରେ ଅଦରକାରୀ ଲୁହା ଛଡ଼, ଲୁହା ଚେନ, ଏବଂ ତାଲା କୁ ବ୍ୟବହାର କରି ବିଭିନ୍ନ ପ୍ରକାର ଘରେ ସଜାଇବା ଟେବୁଲ, କାର୍ଯ୍ୟାଳୟ ରେ ବ୍ୟବହୃତ ଟେବୁଲ, ହୋଟେଲ ରେ ବ୍ୟବହୃତ ଟେବୁଲ ଆଦି ନିର୍ମାଣ କରିଛନ୍ତି ସରକାରୀ ଆଇଟିଆଇ ର ଛାତ୍ରଛାତ୍ରୀ। ପଦାର୍ଥ ବିଜ୍ଞାନ ଭାଷାରେ ଏହି ଟେବୁଲ କୁ ଇଂଫିନିଟି ଓ ଟେନ୍ସିଗ୍ରୀଟି ଟେବୁଲ ବୋଲି କୁହାଯାଏ।ଯାହାକି ପଦାର୍ଥ ବିଜ୍ଞାନ ର ଅସୀମାତା ଓ ସଛୋଟତା ନିୟମକୁ ଅନୁସରଣ କରି ଏହି ଟେବୁଲ କୁ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ।
ଏହାର 3ଡ଼ି ଡିଜାଇନ କରି ଅଟୋ ଡେସ୍କ ରେ ଏହାର ଚିତ୍ର ତିଆରି କରିବା ପରେ ବିଭିନ୍ନ ପ୍ରକାର ଟେବୁଲ ନିର୍ମାଣ କରାଯାଇଛି।ଏହି ଟେବୁଲ କୁ କମ ଦରରେ ବଜାରରେ ବିକ୍ରି ହୋଇପାରିବ।
ଯାହାକି ଘର ସଜେଇବା ସହିତ ଅଫିସ ଏବଂ ହୋଟେଲ ଆଦି ରେ ବ୍ୟବହାର କରାଯାଇ ପାରିବ।ଏହାକୁ ଗଢିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ୨ ଦିନ ଲାଗୁଥିବା କହିଛନ୍ତି ଅଧକ୍ଷ ଡ଼ଃ. ରଜତ କୁମାର ପାଣିଗ୍ରାହୀ।