ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ପୋଲିସ ଏକ ଠକ ଗ୍ୟାଙ୍ଗ କୁ ଗିରଫ କରିବା ସହିତ ଠକେଇ ହୋଇଥିବା ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ ପୋଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ ବ୍ରହ୍ମପୁର ସହରର କିଛି ନାମୀ ଦାମୀ ବ୍ୟବସାୟୀ ଙ୍କ ଉପରେ କିଛି ଠକ ଗ୍ୟାଙ୍ଗ ର ନଜର ରହିଥିଲା ।
ଏହି ଗ୍ୟାଙ୍ଗ ର କିଛି ସଦସ୍ୟ ସହରର ଏକ ବ୍ୟବସାୟୀ କୁ ପୁରାତନ ବହୁ ମୂଲ୍ୟ ଝୁମର ବିକିବାକୁ ଯୋଜନା କରି ଗ୍ୟାଙ୍ଗ ର ସଦସ୍ୟ ଦୁଇ ଭାଗରେ ବିଭକ୍ତ ହୋଇଗଲେ । ଗୋଟିଏ ଗ୍ୟାଙ୍ଗ ଜଣେ ବ୍ୟବସାୟୀ ଙ୍କ ପାଖକୁ ଯାଇ ପୁରାତନ ଆନ୍ଟୀକ ଝୁମର କୁ ୧୯ଲକ୍ଷ ଟଙ୍କାରେ ବିକିବା ପାଇଁ ଚାହୁଁଥିଲେ। ଠକ ଗୋଷ୍ଠୀ ର ଅନ୍ୟ ଏକ ଟିମ୍ ପ୍ରଥମ ଠକ ଗୋଷ୍ଠୀ ଙ୍କ ଠାରୁ କିଛି ପୁରାତନ ଆନ୍ଟୀକ ଝୁମର କୁ ୫୦ ଲକ୍ଷ ଠାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ଚାହିଁଥିଲେ। ତେବେ ବ୍ୟବସାୟୀ ଜଣକ ସେହି ଆନ୍ଟୀକ ଝୁମର କୁ ଗୋଟିଏ ଗୋଷ୍ଠୀ ଠାରୁ ୧୯ ଲକ୍ଷ ଟଙ୍କାରେ କିଣି ଅନ୍ୟ ଗୋଷ୍ଠୀକୁ ୫୦ଲକ୍ଷ୍ୟ ଟଙ୍କାରେ ବିକିବାକୁ ଯୋଜନା କରି ପ୍ରଥମ ଗୋଷ୍ଠୀ ସହିତ ୧୯ଲକ୍ଷ ଟଙ୍କାରେ ଡିଲ ଫାଇନାଲ କରିଥିଲେ । ବ୍ୟବସାୟୀ ଜଣକ ୧୯ଲକ୍ଷ ଟଙ୍କା ଭର୍ତି ଏକ ଏଟାଚ ଆଣି ପ୍ରଥମ ଠକ ଗୋଷ୍ଠୀର ସଦସ୍ୟଙ୍କୁ ଗଣିବାକୁ ଦେଇଥିଲେ । ଠକ ଗୋଷ୍ଠୀ କାଗଜ ଭର୍ତି ଅବିକଳ ରଙ୍ଗର ଏଟାଚ ସାଥିରେ ଆଣିଥିଲେ । ଟଙ୍କା ଗଣି ସାରିବା ପରେ କାଗଜ ଭର୍ତି ଏଟାଚକୁ ବ୍ୟବସାୟୀ ଙ୍କ ପାଖରେ ରଖି ଝୁମର ଆଣିବାକୁ ଯାଇଥିବା କହି ବ୍ୟବସାୟୀ ଙ୍କ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ବିତିଯିବା ପରେ ବ୍ୟବସାୟୀ ଜଣକ ଠକେଇ ର ଶିକାର ହୋଇଥିବା ଜାଣି ବୈଦ୍ୟନାଥପୁର ଥାନାରେ ଏତଲା ପ୍ରଦାନ କରୁଥିଲେ ।
ଘଟଣାକୁ ଗୁରୁତର ସହିତ ନେଇ ବ୍ରହ୍ମପୁର ଏସ ପି ଡ଼ା ସର୍ବଣା ବିବେକ ଏମ୍ ତିନି ଥାନା ଅଧିକାରୀ ଙ୍କୁ ନେଇ ଏକ ଟିମ୍ ଗଠନ କରି ୩ ଠକ କୁ ଗିରଫ କରିବା ସହିତ ୧୯ଲକ୍ଷ ଟଙ୍କା ଜବତ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଏସପି ଡ଼ା ସର୍ବଣା ବିବେକ ଏମ୍ ।