ବ୍ରହ୍ମପୁର ପୋଲିସର ସଫଳତା, ସୁନାଚୋରି ଘଟଣାର ପର୍ଦାଫାଶ ସହିତ ୩ ଅଭିଯୁକ୍ତ ଗିରଫ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା,ସୁନା ଚୋରି ଘଟଣାରେ ୩ ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ କରିଛି l ବୈଦ୍ୟନାଥ ପୁର ଅଞ୍ଚଳ, ଗଜପତି ନଗରର ବଂଶୀଧର ବୋକ୍ସଇ ଓ ଅଯୋଧ୍ୟା ନଗର ତୃତୀୟ ଲାଇନ ଅଞ୍ଚଳର ନିର୍ମଳା ମିଶ୍ରଙ୍କ ମନ୍ଦିର ଦର୍ଶନ ସମୟରେ ସୁନା ଚେନ ଲୁଟ ନେଇ ବୈଦ୍ୟନାଥ ପୁର ଥାନାରେ ଗତ ୯.୨.୨୦୨୫ରେ ଏକ ମାମଲା u/s ୩୦୪ ରେ ରୁଜୁ କରାଯାଇଥିଲା l ଉକ୍ତ ଅଭିଯୋଗ କୁ ଆଧାର କରି ବୈଦ୍ୟନାଥପୁର ଥାନା ପୋଲିସ କଟକ, ଶିଖର ପୁର ଅଞ୍ଚଳର ସବିତା ନାୟକ ଙ୍କୁ ଗିରଫ କରିବା ସହ ଦୁଇଟି ସୁନା ଚେନ ଜବତ କରିଛି।

ପୂର୍ବରୁ ଗୋଲାପଲ୍ଲୀ ଅଞ୍ଚଳର ପି.ନାଗଲାଜିମ ଓ ଗାନ୍ଧୀନଗର ତୃତୀୟ ଲାଇନ ର କେ.ଲଷ୍ମୀ ସୁନାଚେନ ଚୋରି ନେଇ ଟାଉନ ଥାନା ରେ ଗତ ୧.୧.୨୦୨୫ ତାରିଖ ରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାକୁ ଭିତ୍ତି କରି ଟାଉନ ଥାନା ପୋଲିସ ଆସ୍କା ଥାନା ଅଞ୍ଚଳର ଗଣ୍ଡାପଲ୍ଲୀ ଗ୍ରାମର ଦାସ ରବି ଓ ଯାଜପୁର ଅଞ୍ଚଳର ସୁମେନ ପ୍ରଧାନକୁ ଗିରଫ କରି ଗୋଟିଏ ସୁନା ଚେନ ଓ ମେଲ୍ଟ ସୁନା ଜବତ କରିଛି।

ଏନେଇ ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଠାରେ ସୁନା ଚୋରି ଯାଇଥିବା ସମସ୍ତ ଅଭିଯୋଗ କାରୀଙ୍କୁ ଜବତ ହୋଇଥିବା ସୁନା ଫେରସ୍ତ କରାଯାଇଛି ବୋଲି ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here