ବାସହୀନ ପଶୁଙ୍କ ସୁରକ୍ଷା ପ୍ରତି ବ୍ରହ୍ମପୁର ସବୁଜ ବାହିନୀର ତତ୍ପରତା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ତୃତୀୟ ଶନିବାରକୁ “ଅନ୍ତର୍ଜାତୀୟ ବାସହୀନ ପଶୁ ଦିବସ” ରୂପେ ମାନ୍ୟତା ରହିଛି। ବିଶ୍ବସ୍ତରରେ ଏହି ଦିବସ ଆଶାନୁରୂପେ ପାଳନ ହେଉନଥିବା ବେଳେ ବ୍ରହ୍ମପୁର ସବୁଜ ବାହିନୀ ସଂଗଠନ ଏହି ଦିବସକୁ ଗୁରୁତର ଭାବେ ନେବା ସହ ସମାଜରେ ବାସହୀନ ପଶୁଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନ ଦ୍ୱାରା ସହରର ଛୋଟବଡ କେଶକଟା ସେଲୁନର କର୍ତ୍ତୃପକ୍ଷଙ୍କୁ ମିଶି ଦୋକାନର କେଶକଟାରେ ଥରେ ମାତ୍ରକେ ବ୍ୟବହୃତ ବ୍ଲେଡ଼ ବା ଲୁହା ଧାର ପାତିଆକୁ ଏଣେତେଣେ ଅଳିଆ ଆବର୍ଜନାରେ ନ ଫୋପାଡ଼ି ଏକ ସୁରକ୍ଷିତ ଡ଼ବାରେ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହି ବ୍ଲେଡ଼ ଅଳିଆ ଆବର୍ଜନାରେ ପକାଇବା ଦ୍ୱାରା ଖାଦ୍ୟ ଅନ୍ୱେଷଣରେ ଥିବା ଗୋରୁ, କୁକୁର ଅବା ବିଲେଇଙ୍କ ପାଟିରେ ଜିଭରେ କ୍ଷତାକ୍ତ ହେବାର ନଜର ରହୁଛି। ତେଣୁକରି ସେଲୁନର କର୍ତ୍ତୃପକ୍ଷଙ୍କୁ ସଂଗଠନ ଉଦ୍ୟମରେ ବ୍ଲେଡ଼ ରଖିବା ପାଇଁ ସୁରକ୍ଷିତ ଡ଼ବା ପ୍ରଦାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ବ୍ଲେଡ଼ ଗୁଡିକୁ ସଂଗଠନର ପ୍ରତ୍ୟେକ ସଦସ୍ୟଙ୍କ ମାଧ୍ୟମରେ ଏକତ୍ରିତ କରି ପୁନଃ ବିନଯୋଗ କେନ୍ଦ୍ରକୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଆଧୁନିକ ସମୟରେ ସମସ୍ତ ଖାଦ୍ୟ ପଲିଥିନରେ ଅଧିକ ସମୟ ରୋକାଯାଇପାରୁଛି ଏବଂ ଖାଇସାରିବା ପରେ ବଳକା ଖାଦ୍ୟ ସେହି ପଲିଥିନ ମାଧ୍ୟମରେ ହିଁ ଅବର୍ଜନାରେ ଫୋପାଡ଼ି ଦିଆଯାଉଛି । ଖାଦ୍ୟ ଅନ୍ୱେଷଣରେ ଆସୁଥିବା ଗାଈଗୋରୁ ଖାଦ୍ୟ ସହ ପଲିଥିନ ମଧ୍ୟ ଗୋରୁଙ୍କ ପେଟକୁ ଚାଲିଯାଉଥିବାରୁ ଏହି “ଅନ୍ତର୍ଜାତିକ ବାସହୀନ ପଶୁଙ୍କ ଦିବସ” ଅବସରରେ ପଲିଥିନ ମୁକ୍ତ ସମାଜ ପାଇଁ ଅପିଲ କରାଯାଇଥିଲା।

ଏହି ସଚେତନତା କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ, ପ୍ରସନ୍ନ ସ୍ୱାଇଁ, ସାଗର ପ୍ରସାଦ ପାତ୍ର, ପ୍ରବୀଣ ନାୟକ, ଅଜୟ ସାହୁ,ରବୀନ୍ଦ୍ର ସାହାଣୀ, ବନମାଳୀ ପ୍ରଧାନ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here