ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ମହାନଗର ନିଗମର ବିଜେଡ଼ି କର୍ପୋରେଟରଙ୍କ କଳି ଘଟଣା ଏବେ ନବୀନ ନିବାସରେ ।ନବୀନ ନିବାସ ରୁ ବ୍ରହ୍ମପୁର ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଡକରା ହୋଇଛି । ଏହା ସହିତ ଯୋଗଦେବେ ବିଜେଡ଼ିର ଦୁଇ ଗୋଷ୍ଠୀ ହୋଇଥିବା ୩୬ ଜଣ କର୍ପୋରେଟର ।ଆଜି ସନ୍ଧ୍ୟା ୫ ଘଣ୍ଟିକା ରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଇଏମସି ର ବିଜେଡ଼ିର ୩୬ କର୍ପୋରେଟର ଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡିବା ପରେ ନବୀନ ନିବାସ ରୁ ଡାକରା ହୋଇଛି ।ବୈଠକ ପରେ କର୍ପୋରେଟର ଙ୍କ ରଣନୀତି କଣ ହେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।