ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):-:ଆଜି ବିଜେପି ପକ୍ଷରୁ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ରୂପେ କେ. ଅନିଲ କୁମାର ଙ୍କୁ ମନୋନୀତ କରାଯାଇଛି। କେ. ଅନିଲ କୁମାର ବିଧାୟକ ପ୍ରାଥୀ ରୂପେ ମନୋନୀତ ହୋଇଥିବାରୁ ବିଜେପିର ଜେ.ପି ନଡା, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏଥି ସହିତ ବ୍ରହ୍ମପୁରର ପାଣି, ଟ୍ରାଫିକ ସମସ୍ୟା ଦୂର କରିବା ସହ ବେକାର ସମସ୍ୟା ଦୁର କରିବା ପାଇଁ ଏବଂ କଳ କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ ବୋଲି ବକ୍ତବ୍ୟ ଦେଇଛନ୍ତି l