ଭାଙ୍ଗି ପଡ଼ିଲେ ଅପରାଜିତା

0

କାଶ୍ମୀର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜାମ୍ମୁ କାଶ୍ମୀର ରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି l ଆଗରେ ରହିଛି ଓଡ଼ିଆ ଯୁବକଙ୍କ ମୃତଦେହ, ପାଖରେ କାନ୍ଦ କାନ୍ଦି ଗଡ଼ି ଯାଉଛନ୍ତି ପତ୍ନୀ ଆଉ ଅବାକ ହୋଇ ଚାହିଁଛନ୍ତି ଛୋଟ ପୁଅ,ହଠାତ ପହଞ୍ଚି ଗଲେ ଏମପି ଅପରାଜିତା ଷଢ଼ଙ୍ଗୀ, କୁଣ୍ଢାଇ ପକାଇଲେ ମହିଳାଙ୍କୁ । ମହିଳା ଜଣକ କାନ୍ଦି କାନ୍ଦି କହୁଥାନ୍ତି, କିଛି ଶୁଣିଲେନି ସେମାନେ, ଆଖିବୁଜା ଗୁଳି ଚଳାଇଲେ,ଅନାଥ ହୋଇଗଲି ମୁଁ, ଅନାଥ ହୋଇଗଲା ମୋ ପୁଅ । ଏପରି କାନ୍ଦ ଶୁଣି ବିଚଳିତ ହୋଇ ପଡ଼ିଥିଲେ । କୋଳେଇ ନେବା ସହ ଆଉ କିଛି ରାସ୍ତା ନଥିଲା ଅପରାଜିତାଙ୍କ ପାଖରେ । ସେମାନଙ୍କୁ ଆଶ୍ୱାସନା ଦେଇ ମୃତଦେହକୁ ଯାଇ ପ୍ରଣାମ କରିଥିଲେ । ଭାଙ୍ଗି ପଡ଼ିଥିଲେ ସେହି ଶବବାକ୍ସ ଉପରେ । କାନ୍ଦି ପକାଇଥିଲେ ଅପରାଜିତା । କେବଳ ଅପରାଜିତା ନୁହନ୍ତି, ଆନେକ ନେତା ପହଞ୍ଚିଥିଲେ । ଶେଷରେ ପହଞ୍ଚିଥିଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।

ଏହାଥିଲା କାଶ୍ମୀର ପହଲଗାମର ସ୍ଥିତି । ଦେଶର ବିଭିନ୍ନ ସ୍ଥାନରୁ କାଶ୍ମୀର ବୁଲିବାକୁ ଯାଇଥିଲେ । ଏମାନେ କାହାର କ୍ଷତି କରିଥିଲେ କି? ବରଂ କାଶ୍ମୀରର ଲାଭ କରୁଥିଲେ । ଏପରି ସ୍ଥିତିରେ ଏମାନଙ୍କୁ ଆକ୍ରମଣ କରି ମାରିଦେବା ପଛରେ ପାକିସ୍ତାନର କେବଳ ଜେହାଦୀ ଆଭିମୁଖ୍ୟ ବୋଲି କୁହାଯାଉଛି । ମଙ୍ଗଳବାର ଜେହାଦୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆକ୍ରମଣରେ କେହି ସ୍ଥାନୀୟ ବ୍ୟବସାୟୀ ବା ଟୁର ଏଜେଣ୍ଟଙ୍କ ମୃତୁ୍ୟ ହୋଇନାହିଁ । କାଶ୍ମୀର ବାହାରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ବାଛି ବାଛି ମାରିଛନ୍ତି ଆତଙ୍କବାଦୀମାନେ । ମାରିବା ପୂର୍ବରୁ ଧର୍ମ ବି ପଚାରିଛନ୍ତି । ହିନ୍ଦୁ ଜାଣିବା ପରେ ମାରିଛନ୍ତି । ପୂରା ଚ୍ୟାଲେଞ୍ଜ କରିଛନ୍ତି, ହିନ୍ଦୁ ମାନଙ୍କୁ । ହିନ୍ଦୁଙ୍କ ପାଇଁ ସର୍ବଦା ନରମ ରହୁଥିବା ବିଜେପିକୁ ବି ଚେତାବନୀ ଦେଇଛନ୍ତି । କହିଛନ୍ତି ମୋଦିଙ୍କୁ କୁହ ।

ସାରା ଦେଶରେ ଏବେ ଏହି ଘଟଣାକୁ ନେଇ ଶୋକ ଯେତିକି ବିବାଦ ସେତିକି । ହିନ୍ଦୁ ମାନଙ୍କୁ ଜେହାଦୀଙ୍କ ଆକ୍ରମଣ ଘଟଣା ଏବେ ଦେଶ ଭିତରେ ପ୍ରତିକ୍ରିୟା ବଢ଼ାଇଲାଣି । ମୋଦି ସରକାର ପାକିସ୍ତାନ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଲାଣି । ଆଉ ପାକିସ୍ତାନକୁ ଛାଡ଼ିବା କଥା ନୁହେଁ । ଏଥର ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯିବା ଆବଶ୍ୟକ ବୋଲି ଅନେକ କହିଲେଣି । ମୋଦି ଆଉ ନରମ ନୁହେଁ ଏଥର ଚରମ ପଦକ୍ଷେପ ନେବା ଦରକାର । ବିଶ୍ୱ ସମୁଦାୟକୁ ଆଣି ଏଠାରେ ଛିଡ଼ା କରାଯିବା କଥା । ଯେଉଁମାନେ ପାକିସ୍ତାନ ସପକ୍ଷରେ ଯୁକ୍ତି କରୁଛନ୍ତି ସେମାନଙ୍କୁ ଆଣି ସ୍ଥିତି ଦେଖାଇବା କଥା । ମୋଦି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମତ ପ୍ରକାଶ ପାଇଲାଣି ।

 

LEAVE A REPLY

Please enter your comment!
Please enter your name here