ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ):- ଭିଣୋଇ ଆକ୍ରମଣରେ ଶଳା ଏବଂ ଶଳା ଭାଉଜ ଆହତ ହୋଇଛନ୍ତି।ଆହତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଏପରି ଏକ ଘଟଣା ଘଟିଛି ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ଧାତକିଡ଼ିହା ଗ୍ରାମର କଲୋନୀ ସାହିରେ । ଏ ନେଇ ଆହତ ଶଳା ଭାଉଜ ସୁମିତା ନାଏକ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ବିବାହ ପରେ ଭିଣୋଇ ମାନସ ଦଳେଇ ପ୍ରାୟ ୨୦ ବର୍ଷ ହେବ ଶଶୁର ଘର ଗାଁ କଲୋନୀ ସାହିରେ ରହି ଆସୁଛନ୍ତି । ଅଧିକାଂଶ ସମୟରେ ତାଙ୍କ ସ୍ତ୍ରୀ ମଧୁସ୍ମିତା ଦଳାଇଙ୍କ ସହିତ ଝଗଡ଼ା ହେଉଥିବା ବେଳେ ଶନିବାର ରାତିରେ ମାନସ ମଧୁସ୍ମିତାଙ୍କୁ ମାଡ଼ ମାରିଥିଲେ I ସେ କୌଶଳ କ୍ରମେ ଆକ୍ରମଣରୁ ଖସିଯାଇ ଗାଁ ଭିତରେ ଥିବା ତାଙ୍କ ବାପ ଘରକୁ ଦୌଡ଼ି ଆସିଥିଲେ |
ମାନସ ଶଶୁର ଘରକୁ ଆସି ସ୍ତ୍ରୀକୁ ନ ପାଇ ଶଳା ଏବଂ ଶଳାଭାଉଜ ସହିତ ଗଣ୍ଡଗୋଳ କରିଥିଲେ | ମାନସ ପ୍ରଥମେ ଶଳା ଭାଉଜ ସୁମିତାଙ୍କୁ ଏକ ଛୁରୀରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ପରେ ଛେଳି ଚରାଇବାକୁ ଯାଇଥିବା ଶଳା ସାନ୍ତନୁ ଘରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡ ହୋଇଥିଲା I ଗଣ୍ଡଗୋଳରେ ଶଳା ଓ ଭିଣୋଇ ଉଭୟ ଆହତ ହୋଇଥିଲେ | ତେବେ ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଥିବା ଜଣା ପଡିଛି |