ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ବିଭତ୍ସ ହତ୍ୟା 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ କଲେ ବିଭତ୍ସ ହତ୍ୟା ।ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ମେଣ୍ଢାମୁଣ୍ଡି ଗ୍ରାମରେ ଗତକାଲି ରାତିରେ ସେହି ସାହିର ପଡିଶା ଘରର ଲୋକ ୫ ରୁ ୬ ଜଣ ଆସି ଧାରୁଆ ଅସ୍ତ୍ର ସହାର୍ଯ୍ୟରେ ସ୍ୱାମୀ ନାଳିଆ ନାଏକ ସାମ୍ନାରେ ସ୍ତ୍ରୀ ମଙ୍ଗୁଳି ପୂର୍ତ୍ତିକୁ ବିଭସ୍ୟ ହତ୍ୟା କରିଛନ୍ତି | ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ହତ୍ୟା କାଣ୍ଡ ଘାଟେଇବା ପରେ ସେହି ଗ୍ରାମର ସାନ ପିଙ୍ଗୁଆ ଭାଇ ସୋନୁ ପୀଙ୍ଗୁଆ ସ‌ହିତ ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ମଙ୍ଗୁଳି ପୂର୍ତି ସ୍ବାମୀ ନାଲିଆ ନାଏକ ଏବଂ ତିନି ସନ୍ତାନ ସହିତ ସେହି ଗ୍ରାମରେ ରହି ଆସୁଥିଲେ। ସାନ ପିଙ୍ଗୁଆ ସହିତ ସେମାନଙ୍କ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା।

ଗତକାଲି ସନୁ ପିଙ୍ଗୁଆ ଏକ ଫାର୍ଷା ସାହାଯ୍ୟ ରେ ମଙ୍ଗୁଳି ପୂର୍ଭିର ବେକକୁ ହାଣି ପକାଇ ଥିଲା। ସ୍ବାମୀ ନାଲିଆ ନାଏକକୁ ଜାବୁଡି ଧରିଥିବାରୁ ସେ ନିରୁପାୟ ହୋଇ ସ୍ତ୍ରୀକୁ ଉଦ୍ଧାର କରି ପାରିନ ଥିଲା। ନିଜ ସ୍ତ୍ରୀକୁ ଆଖି ସାମନାରେ ଅଭିଯୁକ୍ତ ଚୋଟ ପରେ ଚୋଟ ମାରିଥିଲା। ପରେ ଦୁଇ ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ କରିଥିଲେ | ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଜବତ କରି ଅଧିକ ତଦନ୍ତ କରିଥିଲା। ସାଇନଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିଛି। ଉପ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ବରେ ରରୁଆଁ ପୋଲିସ ବଳ ବାବୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ମାମଲା ରୁଜୁ କରିବା ସହିତ କୋର୍ଟ ଚାଲାଣ କରିଛି |

LEAVE A REPLY

Please enter your comment!
Please enter your name here