ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ
ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି କାଲିମେଳା ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା l ଆଜି ୧୪୨ବିଏସଏଫ ବାଟାଲୀୟନ ଯବାନ ଙ୍କ ପକ୍ଷରୁ ଆନ୍ଦ୍ର ସୀମାନ୍ତ କୁର୍ମାନୁର ଓ ଦୁଲାଗଣ୍ଡି ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଡମ୍ପ ଜବତ ହୋଇଛି ।ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଆଜି ସକାଳେ ସେ ପାହାଡ଼ କୁ ସର୍ଚ୍ଚ ଅପରେସନ ରେ ବିଏସଏଫ ଯବାନ ମାନେ ଯାଇଥିଲେ, ଜଙ୍ଗଲ ରେ ସର୍ଚ୍ଚ ଅପରେସନ ବେଳେ ଦୁଲାଗାଣ୍ଡି ପାହାଡ଼ ର ପଥର ସୁଡଙ୍ଗ ରେ ଏକ ଡମ୍ପ କୁ ଠାବ କରିଥିଲେ। ଯାଞ୍ଚ କରିବାରୁ ସେଥିରୁ ଏସବିଏମଏଲ ବନ୍ଧୁକ ଦୁଇଟି, ୯୮ଟି ଜିଲୋଟିନ ଷ୍ଟିକ,୨ଟି ଟିଫିନବମ, ଲ୍ୟାଣ୍ଡମା ଇ ନ ବ୍ୟବହୃତ ତାର,ବିସ୍ପୋରକ ଦ୍ରବ୍ୟ, ୨ଟି ସୋଲାର ପ୍ଲେଟ,୧୨ଭୋଲ୍ଟ ବ୍ୟାଟେରୀ,୩ଟି ଏଲପିଜି ସିଲିଣ୍ଡର, ୧୦ଟି ସାଲାଇନ ବଟଲ, କିଛି ଔଷଧ, ମାଓ ବ୍ୟାଗ, ମାଓ ପୋଷାକ,ଆଦି ମାଓ ସାମଗ୍ରୀ ଜବତ କରିଛନ୍ତି । ଓଡ଼ିଶାର ଏହି ଅଞ୍ଚଳଟି ରାଜ୍ୟ ସୀମାନ୍ତ କୁ ଲାଗିରହିଥିବାରୁ ଏହା ଏଓବି ମାଓ ଡିଭିଜନ ର କାମ ହୋଇଥାଇପାରେ ବୋଲି ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି।