ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ବୁଗୁଡା ସ୍ଥିତ ପ୍ରସିଦ୍ଧ ପ୍ରାଚିନ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ “ବୁଦ୍ଧଖୋଲ ମହୋତ୍ସବ”ର ଶୁଭାରମ୍ଭ ହୋଇଯାଇଛି । ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଆୟୋଜିତ ଉକ୍ତ ଉତ୍ସବକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ସମ୍ମାନିତ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ , ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ଏବଂ ସମସ୍ତ ଜନପ୍ରତିନିଧି ଯୋଗ ଦେଇ ଥିଲେ, ଦ୍ଵିତୀୟ ଦିବସ ରେ ଯୋଜନା ବୋର୍ଡ ଅଧକ୍ଷ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ |
ଐତିହାସିକ ଶୈବପୀଠ ବୁଦ୍ଧଖୋଲ ମହୋତ୍ସବ ରେ ହଜାର ହଜାର ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସହ ଐତିହ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ପାଲଟିଛି ! ବୁଗୁଡା ବ୍ଳକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ତଥା ଡ୍ଯାନସ୍ ଗ୍ରୁଫ୍ ମାନେ ନିଜନିଜର କଳା ପରିବେଷଣ କରି ଦର୍ଷକ ଙ୍କ ମନକୁ ଉଛାହିତ କରିଛନ୍ତି |ଦର୍ଶକ ମାନଙ୍କୁ ସଙ୍ଗୀତ କାର କଳାକାରମାନେ ନାଚ ଗୀତ ଗାଈ ସେମାନଙ୍କ ତାଳେ ତାଳେ ଝୁମାଇଥାନ୍ତି, ବ୍ୟଙ୍ଗ କଳାକାର ମାନେ ବ୍ୟଙ୍ଗାତ୍ମକ କଥା କହି ହସେଇ ହସେଇ ପୁରା ବେଦମ କରିଦେଇଥାନ୍ତି | ଏହି ବୁଦ୍ଧ ଖୋଲ ମହୋତ୍ସବ ଦେଖିବାକୁ ହଜାର ହଜାର ଦର୍ଶକ ଆସିଥାନ୍ତି |ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କାରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି |