ମହାରାଷ୍ଟ୍ର-ଝାଡ଼ଖଣ୍ଡ ଭୋଟ୍ ପାଇଁ ବାଜିଲା ବିଗୁଲ୍

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ୍ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୨୦ରେ ମହାରାଷ୍ଟ୍ର ନିର୍ବାଚନ । ନଭେମ୍ବର ୧୩ ଓ ୨୦ରେ ଭୋଟ୍ ଦେବ ଝାଡ଼ଖଣ୍ଡ । ନଭେମ୍ବର ୨୩ରେ ଆସିବ ଦୁଇ ରାଜ୍ୟର ଫଳାଫଳ ମହାରାଷ୍ଟ୍ର । ଶିବସେନା ଫାଟ ହେଉ କି ଏନସିପିର ପାୱାର୍ ପାର୍ଟିସନ୍ । ଅଚାନକ ସରକାର ଓଲଟପାଲଟ, ଆଉ ତା ସହ ଏବେ ନେତାଙ୍କ ମର୍ଡର୍ । ରାଜନୈତିକ ହଟଚମଟ ପାଇଁ ସଦାବେଳେ ଚର୍ଚ୍ଚାରେ ରହିଆସୁଥିବା ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ଭୋଟ୍। ଅକ୍ଟୋବର ୨୨ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ, ନଭେମ୍ବର ୨୦ରେ ମତଦାନ କରିବେ ମରାଠୀ ମାନୁଷ୍ । ୨୮୮ ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିବେ ୯ କୋଟି ୬୩ ଲକ୍ଷ ଭୋଟର୍।ମହାରାଷ୍ଟ୍ରରେ ଗତ ୫ ବର୍ଷରେ ରାଜନୈତିକ ଦୃଶ୍ୟପଟ୍ଟ ଦ୍ରୁତଗତିରେ ବଦଳଛି । ଏନସିପି ଓ ଶିବସେନା ଦୁଇଭାଗ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନଙ୍କ ସମେତ କଂଗ୍ରେସର ବଡ ନେତା ଦଳ ଛାଡିଛନ୍ତି । ସେହିପରି ଝାଡଖଣ୍ଡରେ ବି ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଥର କଡା ଟକ୍କର ଦେଖିବାକୁ ମିଳିବ । କାରଣ ଲୋକସଭା ନିର୍ବାଚନରେ ଏନସିପି, ଶିବସେନା ଓ କଂଗ୍ରେସ ମେଣ୍ଟ ଆଗରେ ଥିଲା । ମୋଟ ୪୮ ଆସନ ମଧ୍ୟରୁ ‘ଇଣ୍ଡି’ ମେଣ୍ଟ ୩୦ ଓ ବିଜେପି ମେଣ୍ଟ ୧୭ ଆସନ ପାଇଥିଲେ । ତେଣୁ ଏଥର ରାଜ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ଝାଡଖଣ୍ଡରେ ମୋଟ ୧୪ ଆସନ ମଧ୍ୟରୁ ବିଜେପି ୮ଟି ଓ ଇଣ୍ଡି ମେଣ୍ଟ ୫ ଆସନ ଜିତିଥିଲେ । ତେଣୁ ଝାଡଖଣ୍ଡରେ କ୍ଷମତା ପରିବର୍ତ୍ତନ ଲକ୍ଷ୍ୟରେ ଅଛି ବିଜେପି ।

LEAVE A REPLY

Please enter your comment!
Please enter your name here