କନ୍ଧମାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳରେ ରେ ଘଟିଛି ଏକ ଅଭାବନୀୟ ଘଟଣା। ନିଆଁରେ ପୋଡ଼ି ଯାଇ ଅଧିକାଂଶ ଶରୀର ର ଶତକଡା ୫୦ ରୁ ୬୦ ଭାଗ ଜଳି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଓଡ଼ିଆ ସାହିର ଅଜୟ ଡାକୁଆ ଙ୍କ ସ୍ତ୍ରୀ ପୂଜା କମାର (୨୨) ସୋମବାର ସାନ୍ଧ୍ୟ ସମୟ ରେ କାଠ ଚୁଲିରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ଲୁଗାରେ ନିଆଁ ଲାଗିଯାଇଥିଲା ।
ତାଙ୍କ ଲୁଗାରେ ନିଆଁ ଲାଗିଥିବ ନେଇ ସେ ଜାଣିବା ଆଗରୁ ପୂଜା ଙ୍କ ଶରୀର ର ଅଧିକାଂଶ ଭାଗ ପୋଡି ଯାଇଥିଲା । ପରେ ତା ର ଚିତ୍କାର ଶୁଣି ସାହିର କିଛି ଲୋକ ନିଆଁ ଦାଉରୁ ପୂଜା ଙ୍କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଦେହର 50 ରୁ 60 ପ୍ରତିଶତ ଜଳି ଯାଇଥିବାରୁ ସେ ଗୁରୁତର ଥିଲେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେଫର କରିଥିଲେ । ଏହି ସମୟରେ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଥିବା 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ 108 ଆମ୍ବୁଲାନ୍ସ ବ୍ରାହ୍ମଣୀଗାଁ ରେ ଥାଇ ମଧ୍ୟ ସେମାନଙ୍କ ଜିପିଏସ ରେ ଆସୁନଥିବା କହିଥିଲେ । ବାରମ୍ବାର କଲ୍ କରିବା ପରେ ପୁରା ଦେଢ଼ ଘଣ୍ଟା ପରେ ମେଡିକାଲ୍ ରେ 108 ଆମ୍ବୁଲାନ୍ସ ପହଞ୍ଚିଥିଲା । ସେହି କାରଣରୁ ଗ୍ରାମବାସୀ ଆମ୍ବୁଲାନ୍ସ ବ୍ରାହ୍ମଣୀଗାଁ ଥାଇ ମଧ୍ୟ ଠିକ୍ ସେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି । ବ୍ରାହ୍ମଣୀଗାଁ ଥିବା 108 ଆମ୍ବୁଲାନ୍ସ ଗାଡ଼ି ର ଟାୟାର ସରି ଯାଇ ଲଣ୍ଡା ହୋଇଯାଇଛି , ଏବଂ ଗାଡ଼ିର ଜି ପି ଏସ କାମ କରୁନାହିଁ । ସରକାରଙ୍କ 108 ସେବା ରେ ଗରିବ ଶ୍ରେଣୀର ଲୋକଙ୍କ ସହ ଖେଳ ଖେଳୁଛନ୍ତି 108 ଆମ୍ବୁଲାନ୍ସ ଟେଣ୍ଡର ନେଇଥିବା କମ୍ପାନୀ। ଏହା କିଭଳି ଭାବରେ ସେବା ଯୋଗ ଯାଉଥିବ ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l