ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ, ବିରୋଧୀ ଦଳର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଅପମାନ ସୂଚକ ମନ୍ତବ୍ୟର ପ୍ରତିବାଦ କଲା, ଭଂଜନଗର ବିଜେପି । ଏହି ଅବସରରେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ , ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଦଳୀୟ କର୍ମୀଙ୍କ ଉପସ୍ଥିତରେ ଭଂଜନଗର ବସଷ୍ଟାଣ୍ଡ ଠାରେ ଉଭୟ ରାହୁଲ ଏବଂ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଏନେଇ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା ଯେ, ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ,ଅତ୍ୟନ୍ତ ନିନ୍ଦନୀୟ । ଏଣୁ ସେମାନେ କ୍ଷମା ପ୍ରାର୍ଥନା କରନ୍ତୁ ।