ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି. ଦାମୋଦରପଲ୍ଲୀ ଗ୍ରାମ ନିକଟରେ ରାତିରେ ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ବାଳକୃଷ୍ଣ ଗୌଡ଼ଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭର ବାଳକୃଷ୍ଣଙ୍କ ଘର ଆସିକା କଲେଜ ଛକରେ। ଏଥିସହ ୧୦ରୁ ଅଧିକ
ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ସାମ୍ବାଦିକ ଥିବା ସୂଚନା ମିଳିଛି। ବ୍ରହ୍ମପୁରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ୍ ବସ୍ ସହ ଦୀପକ ନାମକ ଏକ ଘରୋଇ ବସ୍ ମୁହାଁମୁହିଁ ହୋଇଥିଲା । ଘଟଣା ଏତେ ଭୟଙ୍କର ଥିଲା ଯେ ଦିଲଖୁସ୍ ବସ ଚାଳକଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଫଳରେ ବସ୍ ଡ୍ରାଇଭର ବାଳକୃଷ୍ଣ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗୁରୁତର ଆହତମାନଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଆଖପାଖ ତିନି ଥାନା ଅଧିକାରୀଙ୍କ ସହ ଆସିକା ଏସ୍ଡିପିଓ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ କରିଛନ୍ତି ।