ବସ – ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ 

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – ଗଜପତି ଜିଲ୍ଲା ମୋହନା ଥାନା ତପ୍ତପାଣି ଘାଟି ପlଦେର୍ମl ଗାଁ ନିକଟରେ ବସ – ବାଇକ ମୁହାଁ ମୁହିଁ ଧକ୍କା l ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ରା.ଉଦୟଗିରି ଥାନା ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ l ବିକ୍ରାନ୍ତ ନାମକ ଏକ ଘରୋଇ ବସ ରାମଗିରି ରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ବିପରୀତ ଦିଗରୁ ନରେନ୍ଦ୍ର ବାଇକ ରେ ନିଜ ଗାଁକୁ ଫେରୁଥିବା ବେଳେ ପlଦେର୍ମl ନିକଟରେ ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି l କ୍ଷତିପୂରଣ ଦାବିରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥନୀୟ ଲୋକେ l ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା ସହ ତଦନ୍ତ କରୁଛି l

LEAVE A REPLY

Please enter your comment!
Please enter your name here