ପୁରୀ କୁ ବସ ସେବା,୧୨ ଟି ଜିଲାରେ ଲୋକାର୍ପିତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାର ଦିନକ ପରେ , ଭକ୍ତ ମାନେ ପୁରୀକୁ ସୁବିଧାରେ ଯିବାପାଇଁ ରାଜ୍ୟ ସରକାରଙ୍କ ପରିକଳ୍ପିତ ବସ୍ ସେବା ମଧ୍ୟ ୧୨ ଟି ଜିଲ୍ଲାରେ ଲୋକାର୍ପିତ ହୋଇଛି । ସେହି କ୍ରମରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ଧାରିତ ସମସ୍ତ ଜିଲ୍ଲା ଭଳି , ଗଂଜାମ ଜିଲ୍ଲାର ଭଂଜନଗର ଠାରେ ଏହି ବସ୍ ସେବାକୁ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗାଯୋଗ ଦେଇ , ସବୁଜ ପତାକା ଦେଖାଇ ବସ୍ ଚଳାଚଳର ଶୁଭାରମ୍ଭ କରିଥିଲେ ।

ଭଂଜନଗର ବସଷ୍ଟାଣ୍ଡ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଙ୍କ ସମେତ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ପରିବହନ ବିଭାଗର ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ , ଭଂଜନଗର ଉପଜିଲ୍ଲାପାଳ ଅନିଲ୍ କୁମାର ସେଠୀ ଏବଂ ଭଂଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇ , ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ପରିକଳ୍ପନା କୁ ପ୍ରଶଂସା କରିଥିଲେ । ଭଂଜନଗର ଠାରୁ ବାହାରି ପୁରୀକୁ ଯିବାକୁଥିବା ଏହି ବସ୍ , ଭକ୍ତଙ୍କ ପାଇଁ ବହୁ ସୁବିଧା ହୋଇପାରିବ ବୋଲି , ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ନିଜର ପ୍ରତିକ୍ରିୟା ରଖିଥିଲେ । ଅନ୍ୟପକ୍ଷରେ ଏହି ବସ୍ ସେବା , ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଥିଲେ ।

LEAVE A REPLY

Please enter your comment!
Please enter your name here