ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ବୈଠକରେ ୧୩ଟି ପ୍ରସ୍ତାବ ଉପରେ ମୋହର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ୩୬୫ ଜୁନିୟର ଇଞ୍ଜିନିୟର ପଦବୀ ବୃଦ୍ଧି କରାଯିବ । ସେହିଭଳି ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ । ସେହିଭଳି ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହି ବୟସ ସୀମା ୩୨ ରୁ ୩୮କୁ ବୃଦ୍ଧି କରାଯ।ଇଛି । ଏହାସହିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାକୁ ସରକାର ନୂଆ ଯୋଜନା କରିଛନ୍ତି । ନିଷ୍ପତ୍ତି କ୍ରମେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସୁରକ୍ଷାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ । ଏନେଇ ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବାର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରଥମେ ପ୍ରତି ପଞ୍ଚାୟତରେ ଏଲଇଡି ଟିଭି ଲଗାଯାଇ ୧୭ ତାରିଖରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସିଧା ପ୍ରସାରଣ କରାଯିବ ।

LEAVE A REPLY

Please enter your comment!
Please enter your name here