ଚାଷୀଙ୍କ ଫସଲ କ୍ଷୟକ୍ଷତିର ଭରଣ ପୋଷଣ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାରେ ଜିଲାର ଗୋଶାଣୀ ବ୍ଲକରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହାକୁ ନେଇ ଆଜି ଶହଶହ ଚାଷୀ ହାତରେ ନଷ୍ଟ ହୋଇ ଗଜା ମାରିଥିବା ଧାନଗଛ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ହୋହାଲା କରିଥିଲେ । ଚାଷୀଙ୍କ ଅଭିଯୋଗ ହେଲା ଅଦିନିଆ ଲଘୁଚାପ ବର୍ଷାରେ ଅମଳ ହୋଇଥିବା ଧାନ ବ୍ୟାପକ ନଷ୍ଟ ହୋଇଛି । ଚାଷୀଙ୍କ ବର୍ଷକର କଷ୍ଟ ପାଣିରେ ମିଶିଛି । ଧାନ ଖଳା ଓ ବିଲରେ ବର୍ଷାପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି । ତଥାପି ଜିଲ୍ଲାପ୍ରସାସନ ତରଫରୁ କୌଣସି ଅଧିକାରୀ ଚାଷୀଙ୍କ ସମସ୍ୟା ବିଝିବା ପାଇଁ କେହି ପହଁଚି ନାହାନ୍ତି । ରାଜ୍ୟ ସରକାର କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ସର୍ଭେକରି ଚାଷୀଙ୍କ କ୍ଷତିପୂରଣ ଦିଆଯିବ ବୋଲି କହୁଥିବା ବେଳ ସରକାରୀ ଆଧିକାରୀ ମନେ ଘରେବସି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଉଭୟ ବିଭାଗ ତରଫରୁ ମିଳିତ ସର୍ଭେ କରି ଚାଷୀଙ୍କ କ୍ଷତିପୂରଣ ଦେବାସହ । ଚାଷୀମାନେ କରିଥିବା ବିମାରାଶି ମଧ୍ୟ ପ୍ରଦାନ କରିବାକୁ ଦାବିକରିଛନ୍ତି । ସେପଟେ ସରକାର ଧାନ ସଂଗ୍ରହ ବେଳେ ଏଫଏକ୍ୟୁ ମାନକୁ ଗୁରୁତ୍ୱ ନଦେଇ ଗଜପତି ଚାଷୀଙ୍କ ପ୍ରତି କୋହଳ କରିବାକୁ ଦାବିକରିଛନ୍ତି । ସରକାରୀ ସ୍ଥାରରେ ମଣ୍ଡି ଖଳିବାରେ ଜିଲ୍ଲାରେ ଆଧିକ ବିଳମ୍ବ କରାଯାଉଛି । ସେପଟେ ଚାଷୀଙ୍କ ଟୋକାନ ମଧ୍ୟ ବାହାରୁନି ଆସନ୍ତା ୩୦ ତାରିଖରେ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ରହିଥିବା ବେଳେ ବର୍ତ୍ତମାନ ଯାଏ ଚାଷୀଙ୍କ ଟୋକନ ବାହାରି ନଥିବା କହିଛନ୍ତି ଚାଷୀ l

LEAVE A REPLY

Please enter your comment!
Please enter your name here